News

ଆମେରିକା ରଚିଲା ଇତିହାସ !ପ୍ରଥମ ଥର ପାଇଁ ମହାକାଶକୁ ଗଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’

ମହାକାଶକୁ ଗଲା ୨୩ ତାଲା କୋଠା ଉଚ୍ଚ ରକେଟ୍‌ ‘ଫାଲ୍‌କନ୍‌ ହେଭି’

ମହାକାଶ ଦୁନିଆର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ‘ଫାଲକନ ହ୍ୟାଭି’କୁ ସଫଳତାର ସହ ଉତକ୍ଷେପଣ କରି ଆମେରିକା ଇତିହାସ ରଚିଛି । ଆମେରିକାର କମ୍ପାନୀ ‘ସ୍ପେସ ଏକ୍ସ’  ଗତକାଲି ଏହି ରକେଟକୁ ଉତକ୍ଷେପଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରକେଟର ଓଜନ ୨ଟି ସ୍ପେସ ସର୍ଟରଙ୍କ ଓଜନ ସହିତ ସମାନ, ଯାହାର ଓଜନ ୬୩.୮ ଟନ ହେବ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି ।

ଫାଲକନ ହ୍ୟାଭି ରକେଟ ସମେତ ଏଲନ ମସ୍କ କାରକୁ ମଧ୍ୟ ପଠାଯାଇଛି । ୨୩୦ଫୁଟ ଲମ୍ବା ଥିବା ଏହି ରକେଟରେ ୨୭ ମର୍ଲିନ ଇଞ୍ଜିନ ଲାଗିଛି, ଯାହା କି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ବୋଲି କୁହାଯାଉଛି ।ଉତ୍‌କ୍ଷେପଣ ହେବାର ତିନି ମିନିଟ୍‌ ମଧ୍ୟରେ ସାଇଡ୍‌ ବୁଷ୍ଟର୍‌ ଦୁଇଟି ମୁଖ୍ୟ ରକେଟ୍‌ରୁ ପୃଥକ୍‌ ହୋଇ ଯାଇଥିଲା। ୮ ମିନିଟ୍‌ ପରେ ଦୁଇ ସାଇଡ୍‌ ବୁଷ୍ଟର୍‌ ଉଡ଼ି ଉଡ଼ି ପୃଥିବୀ ପୃଷ୍ଠକୁ ଫେରିବା ସହ ନିରାପଦରେ ଏକ ସମୟରେ କେପ୍‌ କାନାଭେରାଲ୍‌ ଏୟାର୍‌ ଫୋର୍ସ ଷ୍ଟେସନ୍‌ରେ ଅବତରଣ କରିଥିଲେ।

ଫାଲ୍‌କନ୍‌ ହେଭିର ଉତ୍‌କ୍ଷେପଣ ପ୍ରାୟ ଠିକ୍‌ ଥିବାବେଳେ ଦୀର୍ଘ ଛଅ ଘଣ୍ଟା ଧରି ପୃଥିବୀ ଚାରିପଟେ ଘୂରିବା ବେଳେ ପ୍ଲେଲୋଡ୍‌ ଧାରଣ କରିଥିବା ଏହାର ଉପର ଅଂଶ କିଛି କ୍ଷତିଗ୍ରସ୍ତ ହେଉଛି କି, ନାହିଁ ତାହା ଦେଖିବାକୁ ବାକି ଅଛି।

ପଢନ୍ତୁ;

ଦୈାଡ଼ିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ,ନଚେତ ଶରୀର ଉପରେ ପଡିପାରେ ନକରାତ୍ମକ ପ୍ରଭାବ

 

Related posts

ମୋଦିଙ୍କ’ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ୫୦ରୁ ଉର୍ଦ୍ଧ୍ୱ ମୃତ ବିଜେପି କର୍ମୀଙ୍କ ପରିବାର

Ratnamani Moharana

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ENO Beuro

1 comment

Leave a Comment