Loading...

ଜାଲ୍‌ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନରଙ୍କ ସତର୍କବାଣୀ ଧରା ପଡିଲେ ସିଧା ଜେଲ

ଜାଲ୍‌ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିସନରଙ୍କ ସତର୍କବାଣୀ ଧରା ପଡିଲେ ସିଧା ଜେଲ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ ପୂର୍ବରୁ ଜାଲ୍‌ ଭୋଟରମାନଙ୍କୁ ରାଜ୍ୟ ନିର୍ବାଚନ କମିସନର ସତର୍କ କରାଇ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ୍‌ ଦେବାବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌ ପୂର୍ବରୁ ଜାଲ୍‌ ଭୋଟରମାନଙ୍କୁ ରାଜ୍ୟ ନିର୍ବାଚନ କମିସନର ସତର୍କ କରାଇ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ୍‌ ଦେବାବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ। ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ଭୋଟର ତାଲିକାରେ ଥିବା ଦରକାର ଏବଂ ତାଙ୍କ ପାଖରେ ବୈଧ ପରିଚୟ ପତ୍ର ଥିବା ଦରକାର। ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତେବେ ସେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଚାଲେଞ୍ଜ କରିପାରିବେ। ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରି ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପ୍ରିଜାଇଡିଂ ଅଫିସର ଅଭିଯୋଗର ଯାଞ୍ଚ କରିବେ। ଅଭିଯୋଗ ସତ ପ୍ରମାଣିତ ହେଲେ ଜାଲ୍‌ ମତଦାତାଙ୍କୁ ପୁଲିସ ଜିମାରେ ଦିଆଯିବ। ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ତାଙ୍କୁ ଫେରାଇ ଦିଆଯିବ। ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।

 

ସେହିପରି ଯଦି କୌଣସି ବ୍ୟକ୍ତି ନାଁରେ ଅନ୍ୟ କେହି ଭୋଟ୍‌ ଦେଇ ପଳାଇଥିବେ ତେବେ ସେ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କୁ ଟେଣ୍ଡର୍‌ଡ ଭୋଟ୍ ପାଇଁ ଅନୁମତି ଦିଆଯିବ। ମାତ୍ର ସେ ଭୋଟ ଦେଇଥିବା ବାଲଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ନାହିଁ। ପରେ କୋର୍ଟ ନିର୍ଦ୍ଦେଶ ଆସିଲେ, ଭୋଟ୍‌ର କାଉଣ୍ଟିଂ ହେବ। ଅପରପକ୍ଷେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସରମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା କମିସନଙ୍କ ପକ୍ଷରୁ କୁହାଯାଇଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.