News

ମୋଦିଙ୍କ’ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ୫୦ରୁ ଉର୍ଦ୍ଧ୍ୱ ମୃତ ବିଜେପି କର୍ମୀଙ୍କ ପରିବାର

Em

ବହୁମତ ସହ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ନରେନ୍ଦ୍ର ଦାମୋଦର ଦାସ ମୋଦି  ମେ’ 30ରେ ଅର୍ଥାତ୍ ଗୁରୁବାର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର  ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ  ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଅନେକ ହିଂସାକାଣ୍ଡ ହୋଇଥିଲା। ଯେଉଁଥିରେ ଅଧିକାଂଶ ବିଜେପି ସମର୍ଥକ ଓ ନେତା ରାଜ୍ୟର ଶାସକ ଦଳ ଟିଏମସି ଦଳର ନେତାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।

ପଢନ୍ତୁ: ନବୀନଙ୍କ ଶପଥପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ପ୍ରଥମେ ବାତ୍ୟା ଏବେ ଦାଉସାଧୁଛି ମହାମାରୀ

Ratnamani Moharana

ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟ ଗୁଳିକାଣ୍ଡ:ମୃତ୍ୟୁସଂଖ୍ୟା ୧୨ରେ ପହଂଚିଲା

ENO Beuro

ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

Ratnamani Moharana

Leave a Comment