News

ଫନି’ର ପ୍ରଭାବ ଆରମ୍ଭ: କୂଳ ଲଙ୍ଘୁଛି ସମୁଦ୍ର ଓ ଉଡିଗଲା ଶ୍ରୀମନ୍ଦିର ବାନା

ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା ଫନି । ଓଡିଶାବାସୀ ଭୟଭୀତ ଓ ଆଶଙ୍କାରେ। ପାଣିପାଗ ସୂଚନାଅନୁଯାୟୀ ଏହା ଫାଇଲିନ ପରି ରଚିବ ତାଣ୍ଡବଲୀଳା। ତେବେ ଫନି ଓଡିଶାର ପୁରୀରେ ମାଟି ଛୁଇଁବା ଏକ ପ୍ରକାର ନିଶ୍ଚିତ। ଶୁକ୍ରବାର ଅପରାହ୍ନରେ ପହଞ୍ଚିବାନେଇ ମିଳିଛି ସୂଚନା। ତେବେ ଏହାର ପୂର୍ବରୁ ଦେଖାଦେଇଛି ଏହାର ଭୟଭୟତା। ପୁରୀ ଉପକୂଳ ଏବେ ବେସ ଆଶାନ୍ତ ରୂପ ଧାରଣ କରିସାରିଲାଣି। ଏହାସହ କାଲିଠାରୁ ଲାଗିରହିଛି ବର୍ଷା।

 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନିକଟ ଉଦୟଗିରି  ଗାଁ ପାଖ ସମୁଦ୍ରରେ ବୃଦ୍ଧି ପାଉଛି ଜୁଆର । ସମୁଦ୍ର ଜୁଆର ମାଡରେ ବାଲିବନ୍ଧ ଅଧା ଖାଇଗଲାଣି । ୨୦ ଫୁଟ ଆଗକୁ ଆସୁଛି ଜୁଆର ପାଣି । ଯାହାକୁ ନେଇ ଆତଙ୍କରେ କୃଷ୍ଣପ୍ରସାଦବାସୀ ରହିଛନ୍ତି ।ଅନ୍ୟପଟେ ୧୯୯୯ ମହାବାତ୍ୟା ପରେ ପ୍ରଥମ ଥର ପାଇଁ କୋଣାର୍କରେ ପ୍ରୋଟେକ୍ସନ ୱାଲକୁ ପାଣି ଛୁଇଁ ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି ।

ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା  ବନ୍ଧା ଯାଇଥିଲା। ତେବେ ତାହା ଆଜି ଉଡ଼ିଯାଇଛି। ନୀଳଚକ୍ରରେ ପୁଣି ବାନା ବନ୍ଧା ଯିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପଢନ୍ତୁ: ଆସୁଛି ପ୍ରଳୟଙ୍କରୀ ବାତ୍ୟା ‘ଫନି’: ବଢୁଛି ଆଶଙ୍କା ଓ ଭୟ

Related posts

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

ବଡଗାମରେ ବାୟୁସେନା ଚପ୍ପର ଦୁର୍ଘଟଣାଗ୍ରସ୍ତ,୭ ମୃତ

ENO Beuro

ତାରକ ମେହତା… ଧାରାବାହିକ କଳାକାର ଆଜାଦଙ୍କ ପରଲୋକ

ENO Beuro

Leave a Comment