News

ଚା’ ବାଲାଙ୍କ ପୁଅ ହେଲେ ମିଷ୍ଟର ଇଣ୍ଡିଆ ୟୁନିଭର୍ସ ୨୦୧୮,ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା !

ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ଦାରିଦ୍ର୍ୟତା

ଯଦି ଆପଣଙ୍କର ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାକୁ କେହି ଅଟକାଇ ପାରିବେ ନାହିଁ । ଭୋପାଲରେ ରହୁଥିବା ଫରହାନ କୁରୈଶୀ ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮ର ଟ୍ରଫି ହାସଲ କରି ଏହା ସାବ୍ୟସ୍ତ କରିଦେଇଛନ୍ତି । ଆରମ୍ବରୁ ସେ ମଡେଲିଂ ପ୍ରତି ଆକର୍ଷିତ ଥିଲେ । କିନ୍ତୁ ପରିବାର ଲୋକ ତାଙ୍କ ମଡେଲିଂ କରିବା ବିରୋଧରେ ଥିଲେ, ସେଥିପାଇଁ ସେ ତାଙ୍କ ପରିବାରକୁ ନଜଣାଇ ଲୁଚିଛପି ମଡେଲିଂ କରୁଥିଲେ।

“ମୋ ବାପା ମଡେଲିଂ ବିରୋଧରେ ଥିଲେ, ମୋତେ କେବେ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇନଥିଲେ । ୨ ବର୍ଷ ପର୍ଯ୍ୟନ୍ତ ମୁଁ ମୋର ବାପାଙ୍କ ସହ ଚା’ ଷ୍ଟଲରେ କାମ କଲି । କିନ୍ତୁ ଏହାପରେ ମୁଁ ଜିମ ଯିବା ସହ ପର୍ସନାଲିଟି ଡେଭଲପମେଂଟ କ୍ଲାସେସ ମଧ୍ୟ ଆରମ୍ଭ କଲି” ବୋଲି କହିଥିଲେ ଫରହାନ।ତେବେ ନିଜର ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ବଳରେ ହିଁ ଫରହାନ ଅନ୍ତିମରେ ମିଷ୍ଟର ନ୍ୟାସନାଲ ୟୁନିର୍ଭସ ଶିରୋନାମା ହାସଲ କରିଛନ୍ତି।

ଫରହାନଙ୍କ ବାପା ଫରିଦ କୁରୈଶୀ ଭୋପାଲରେ ଚା’ ବ୍ୟବସାୟ କରନ୍ତି । ଏହାଛଡା, ଫରହାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିବେ । ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮ର ଟ୍ରଫି ଜିତିବା ପରେ ଫରହାନ ଖୁବ ଉତ୍ସାହିତ ଅଛନ୍ତି । ଭୋପାଲ ପହଂଚିବା ପରେ ସେ ତାଙ୍କ ସାଙ୍ଗସାଥି ଓ ପରିବାରଙ୍କ ସହ ଉତ୍ସବ ପାଳନ କରିଛନ୍ତି।

ପଢନ୍ତୁ;ଆଶୁତୋଷଙ୍କ “ପାନିପତ”ରେ ଅର୍ଜୁନ-ସଞ୍ଜୁ! ସାମ୍ନାକୁ ଆସିଛି ଫିଲ୍ମର ଟିଜର ପୋଷ୍ଟର

Related posts

ଘରେ ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା ପୁରସ୍କାର: ଅକ୍ସି ହେଲ୍‌ଥ୍ କେୟାର

ENO Beuro

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

ENO Beuro

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

1 comment

Leave a Comment