Entertainment

ଫେସବୁକ ଆକାଉଣ୍ଟ ବନ୍ଦ କଲେ ଫରହାନ ଅଖତର , ଜାଣନ୍ତୁ କାରଣ କ’ଣ ?

ରହାନ ତାଙ୍କ ଟ୍ୱିଟର ଆକାଂଉଟରେ ଏହି ସୂଚନା ଦେଇଛନ୍ତି

ବଲିଉଡ ଅଭିନେତା ଫରହାନ ଅଖତାର ଫେସବୁକ ଆକାଂଉଟକୁ ଡିଲିଟ କରି ଦେଇଛନ୍ତି ।ଫେସବୁକରେ ନିଜର ବ୍ୟକ୍ତିଗତ ତଥ୍ୟ ଚୋରି ହେବା ନେଇ ଚାଲିଥିବା ବିବାଦ କାରଣରୁ ଅଖତର ଏମିତି ପଦକ୍ଷେପ ଉଠାଇଥିବା କୁହାଯାଉଛି । ଏହି ସୂଚନା ଫରହାନ ତାଙ୍କ ଟ୍ୱିଟର ଆକାଂଉଟରେ ଦେଇଛନ୍ତି । କିନ୍ତୁ ସେ ଏହା ପଛର କାରଣ ଜଣାଇ ନାହାଁନ୍ତି ।

ଗତ ଦିନରେ ଡାଟା ଲିକ୍ ମାମଲାକୁ ନେଇ ସୋସିଆଲ ନେଟ୍ ଓ୍ଵର୍କିଂ ସାଇଟ୍ ଫେସବୁକ ବିବାଦ ଘେରରେ ରହିଛି। ଏଏହା ମଧ୍ୟରେ ବଲିଉଡ ଅଭିନେତା ଫରହାନ ଅଖତର ଆଜି ଘୋଷଣା କରିଛନ୍ତି ଯେ ସେ ଫେସବୁକରେ ନିଜର ଆକାଉଂଟ ସବୁ ଦିନ ପାଇଁ ବନ୍ଦ କରିଦେଇଛନ୍ତି ।

ଫରହାନ ପୂର୍ବରୁ ସ୍ପେସ୍ ଏକ୍ସର ସିଇଓ ଇଓନ ମାସ୍କ, ଆମେରିକନ ସିଙ୍ଗର ଶେର ଓ ହଲିଉଡ ଅଭିନେତ ଜିମ କେରି ମଧ୍ୟ ନିଜ ଫେସବୁକ ଆକାଉଂଟ ଡିଲିଟ୍ କରିଦେଇଛନ୍ତି । ଫରହାନଙ୍କ ଏହି ପଦକ୍ଷେପ ପାଇଁ ପ୍ରଶଂସକ ତାଙ୍କୁ ବହୁ ପ୍ରଶଂସା କରୁଛନ୍ତି ।

ଏହି ମାମଲାରେ ଫେସବୁକ ସିଇଓ ମାର୍କ ଜକରବର୍ଗ ଏକ ପୋଷ୍ଟ ଲେଖିଛନ୍ତି । କମ୍ପାନୀ ଏହି ମାମଲାରେ କିଛି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି । ଏହାପରେ ଅଧିକ ପଦକ୍ଷେପ ନେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ଫରହାନ ଏବେ ଡନ ୩ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଫିଲ୍ମରେ ଶାହାରୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ନିର୍ଦ୍ଦେଶକ ଭାବରେ ଫରହାନ ତାଙ୍କର ପ୍ରି ପ୍ରଡକ୍ସନ କାମ ପାଇଁ ଏବେ ଠାରୁ ପ୍ରସ୍ତୁତି ଜାରି ରଖିଛନ୍ତି ।

ପଢନ୍ତୁ ;

ରାଣୀଙ୍କ ହିଚ୍-କୀ ରେ ପାଗଳ ହେଲେ ତାଙ୍କ ଫ୍ୟାନ୍

Related posts

ଦର୍ଶକ ବରୁଣଙ୍କୁ ଦେଖିବାକୁ ପାଇବେ ଆଶିକ୍-୩ ରେ

ENO Beuro

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

ENO Beuro

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

ENO Beuro

2 comments

Leave a Comment