Loading...

ଆଜି ହାତକୁ ଦି ହାତ ହେବେ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର

ଆଜି ହାତକୁ ଦି ହାତ ହେବେ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର

ଆଜି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର।

ଆଜି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର। ଏଥିପାଇଁ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅଖତର ପରିବାରରେ ଜମିଛି ଭିଡ। ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟିମାନେ ତାଙ୍କ ଘରେ ପକାଇଛନ୍ତି ଡେରା।ମୁମ୍ବାଇ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ସାତ ଫେରା ନେବେ ଫରହାନ। ତେବେ ଏହି ବିବାହରେ କେବଳ ଫରହାନଙ୍କ ପରିବାର ଲୋକେ ଏବଂ ତାଙ୍କ ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ।ତେବେ ବିବାହ ପୂର୍ବରୁ ଫରହାନ ଓ ଶିବାନୀଙ୍କ ହଳଦୀ ସେରେମୋନିର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଫରହାନଙ୍କ ଭାବି ପତ୍ନୀ ଶିବାନୀ ‘ଆଖଁ ମାରେ…’ ଗୀତରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍‌ମାନଙ୍କୁ ତାଙ୍କ କୁଲ୍‌ ଅନ୍ଦାଜ ବେଶ୍‌ ପସନ୍ଦ ଆସିଛି।


 
 
ସୂଚନା ମୁତାବକ, ଗତ ୪ବର୍ଷରୁ ଫରହାନ ଓ ଶିବାନୀ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.