Loading...

ଅଭିନେତା ଫରହାନ୍ ଅଖ୍‌ତରଙ୍କ ହାତ ଧରିବେ ଶିବାନୀ ଦାଣ୍ଡେକର

ଅଭିନେତା ଫରହାନ୍ ଅଖ୍‌ତରଙ୍କ ହାତ ଧରିବେ ଶିବାନୀ ଦାଣ୍ଡେକର

ଆଉ କିଛିଦିନ ଭିତରେ ପରସ୍ପରଙ୍କ ହାତ ଧରିବେ ଅଭିନେତା ଫରହାନ୍ ଅଖ୍‌ତର ଓ ଅଭିନେତ୍ରୀ ଶିବାନୀ ଦାଣ୍ଡେକର।

ଆଉ କିଛିଦିନ ଭିତରେ ପରସ୍ପରଙ୍କ ହାତ ଧରିବେ ଅଭିନେତା ଫରହାନ୍ ଅଖ୍‌ତର ଓ ଅଭିନେତ୍ରୀ ଶିବାନୀ ଦାଣ୍ଡେକର। ଗତବର୍ଷ ବଡ଼ ପରଦା ଓ ଛୋଟ ପରଦାର କେତେଜଣ ନାମୀ କଳାକାର ବିବାହ ବନ୍ଧନରେ ଆବଦ୍ଧ ହେଇଥିଲେ। ସେମାନଙ୍କ ମଧ୍ୟରେ ମୌନୀ ରାୟ-ସୂରଜ ନାମ୍ବିଆର, କ୍ୟାଟ୍ରିନା କୈଫ୍-ଭିକ୍କି କୌଶଲ୍‌ ଯୋଡ଼ି ଥିଲେ ଅନ୍ୟତମ। ଏବର୍ଷ ଆରମ୍ଭରୁ କିନ୍ତୁ ଚର୍ଚ୍ଚାକୁ ଆସିଛି ଜାଭେଦ ଅଖ୍‌ତରଙ୍କ ପୁଅ ଫରହାନ୍ ଓ ଶିଭାନୀଙ୍କ ବିବାହ ପ୍ରସଙ୍ଗ। ଗଣମାଧ୍ୟମରେ ଏ ଦୁହିଁଙ୍କ ବିବାହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରୋଚକ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ଦୀର୍ଘ ତିନି ବର୍ଷ ହେଲା ଏ ଦୁହେଁ କୁଆଡ଼େ ଡେଟିଙ୍ଗ୍ କରୁଥିଲେ। ଶୁଣାଯାଉଛି ଚଳିତ ମାସ ୨୧ ତାରିଖରେ ମହାରାଷ୍ଟ୍ରର ଖଣ୍ଡାଲାଠାରେ ଉଭୟ ପରିବାରର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟଙ୍କ ଗହଣରେ ଫରହାନ୍-ଶିବାନୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଫରହାନ୍ ଏହା ପୂର୍ବରୁ ହେୟାରଷ୍ଟାଇଲିଷ୍ଟ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ। ଫରହାନ୍ ଓ ଅଧୁନାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ରାକେଶ ଓମ୍‌ପ୍ରକାଶଙ୍କ ଚଳଚ୍ଚିତ୍ର ‘ତୋଫାନ୍’ ଥିଲା ଫରହାନ୍‌ଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ଆଗକୁ ଆସୁଛି ଫରହାନ୍‌ଙ୍କ ଅଭିନୀତ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.