EnewsOdia.Com

ବିରଳ ମକା ଫଳାଇଲେ ଆନ୍ଧ୍ରପଦେଶର ଦୁଇ କୃଷକ

ଆନ୍ଧ୍ରପ୍ରଦେଶର ଦୁଇ କୃଷକ ରତ୍ନପଥର ଭଳି ଦିଶୁଥିବା ବିରଳ ମକା ଚାଷ କରି ସଫଳ ଭାବରେ ଏହି ବିରଳ ପ୍ରଜାତିର ମକାକୁ ଫଳାଇଛନ୍ତି । ଦୀର୍ଘ ସାତ ବର୍ଷର ପ୍ରଚେଷ୍ଟା ପରେ ବିଶାଖାପଟନମର ଦୁଇ ଚାଷୀ ଅଭିନବ ଗଙ୍ଗୁମଲ୍ଲା ଓ ରେଣୁ ରାଓ, ରତ୍ନ ପଥର ଭଳି ଦାନା ଦିଶୁଥିବା ମକା ଫଳାଇବାରେ ସଫଳ ହୋଇଛନ୍ତି । ଏହି ବିରଳ ପ୍ରଜାତିର ମକା ଆମେରିକାରେ ଚାଷ କରାଯାଏ । ଏବଂ ଏହି ମକାର ପ୍ରକୃତ ନାଁ ହେଉଛି ‘ଗ୍ଳାସ ଜେମ କର୍ଣ୍ଣ’ । ଏହି ମକାକୁ ସାଧାରଣ ମକା ଭଳି ଚାଷ କରାଯାଏ । ଏବଂ ସବୁଠାରୁ କୌତୂହଳ ବିଷୟ ହେଲା ଏହି ମକାକୁ ସିଝାଇବା ପରେ ମଧ୍ୟ ଦାନାର ରଙ୍ଗ ଅକ୍ଷୂର୍ଣ୍ଣ ରହୁଛି ।

ବିଟେକ୍ ପରେ କର୍ପୋରେଟ ଚାକିରିରେ ସନ୍ତୁଷ୍ଟ ନହୋଇ ଚାଷ କରିବା ପାଇଁ ସ୍ଥିର କରିଥିଲେ । ଏହାପରେ ସେ ହାଇଦ୍ରାବାଦରେ ଏକ ‘ବିୟଣ୍ଡ ଅର୍ଗାନିକ’ ନାମକ ଏକ ଫାର୍ମ କରି ସେ ଚାଷ ଆରମ୍ଭ କରିଥିଲେ । ୨୦୧୩ରୁ ଅଭିନବ ଓ ରେଣୁ ଦୁହେଁ ଗ୍ଳାସ ଜେମ କର୍ଣ୍ଣ ଚାଷ କରି ବିଫଳ ହେଉଥିଲେ । ପୁର୍ବରୁ ଏମାନେ ଷ୍ଟ୍ରବେରି କର୍ଣ୍ଣ ଓ ପର୍ପଲ୍ କର୍ଣ୍ଣ ମଧ୍ୟ ଫଳାଇଛନ୍ତି ।

ପଢନ୍ତୁ: ବାତ୍ୟା ‘ସିଆରା’ର ତାଣ୍ଡବ

ସମ୍ବନ୍ଧିତ ଖବର

ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

Ratnamani Maharana

ଡରାଉଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana

୫ଟି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

Ratnamani Maharana