News

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

By ENO Beuro

November 03, 2017

ନିୟନ୍ତ୍ରଣ ହେଇପାରୁନି ଚକଡା ପୋକ । ଫସଲରେ ନିଆଁ ଲଗାଉଛନ୍ତି ଚାଷୀମାନେ । ଫସଲ ନଷ୍ଟର କଷ୍ଟ ସହିନପାରି ବରଗଡ ଜିଲ୍ଲାରେ ଆତ୍ମହତ୍ୟା କରୁଛନ୍ତି ଜଣଙ୍କ ପରେ ଜଣେ ଚାଷୀ । ଏହାକୁ ନେଇ ପୁରା ରାଜ୍ୟ ହୁଲସ୍ତୂଲ । ବହୁତ ଟଙ୍କା ଖର୍ଚ୍ଚ କରି କରିଥିବା ଫସଲକୁ ପୋକ ନଷ୍ଟ କରିଦେବାରୁ ଚାଷୀମାନେ ବ୍ୟସ୍ତ ହେଇ ଆତ୍ମହତ୍ୟାକୁ ବିକଳ୍ପ ପନ୍ଥା ଭାବରେ ବାଛିଛନ୍ତି । ଏ ସମ୍ପର୍କରେ କୃଷି ବିଭାଗକୁ ଜଣାଯାଇଛି ।

ଦୁଇ ଦିନ ପୂର୍ବେ ବରଗଡରେ ଫସଲ ହାନି ପାଇଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ ଓ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର । ଉଭୟେ କଳାପାଣି ଅଂଚଳରେ ଚାଷୀଙ୍କୁ ଭେଟି ସମସ୍ୟା ବାବଦରେ ପଚାରି ବୁଝିଛନ୍ତି ।

ସେପଟେ ଫସଲରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତ ଅନୁରୋଧ କରିଛନ୍ତି । ଲକ୍ଷ୍ମୀଙ୍କ ଦେହରେ ନିଆଁ ଲଗାଇଲେ ଲକ୍ଷ୍ମୀଛଡା ହୋଇଯିବା ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ବିଶେଷଜ୍ଞ ଟିମ ଫେରିଲେ ରିପୋର୍ଟ ଉପରେ ତର୍ଜମା କରାଯିବ । ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହେଲେ ସହାୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପଢନ୍ତୁ, ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ