• Home
  • News
  • ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ
News

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ । ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ଭଳି ଏ କ୍ଷେତ୍ରରେ ବି ଜଳସେଚିତ ଜମି ପାଇଁ ଚାଷୀଙ୍କ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବୋଂ ଅଣଜଳସେଚିତ ଜମିକୁ ୬,୮୦୦ ଟଙ୍କା ଇନପୁଟ ସବସିଡି ଯୋଗାଇ ଦିଆଯିବ ।

ସରକାର ଗତକାଲି ଏହି ନିସ୍ପତି ନେଇଛନ୍ତି । ଏକଥା ବି ସ୍ପଷ୍ଟ କରିଛନ୍ତି, ଚକଡା ଦାଉରେ ଅସ୍ତବ୍ୟସ୍ତ ହେଇ ଫସଲ ଜାଳିଦେଇଥିବା ଚାଷୀ ମଧ୍ୟ ପାଇବେ ଏହି କ୍ଷତିପୂରଣ ରାଶି । ରୋଗପୋକ ନିୟନ୍ତ୍ରଣ କାର୍ଜ୍ୟକ୍ରମକୁ ବ୍ୟାପକ କରିବା ସହିତ ଫସଲ ଜାଳିବା ଦିଗରେ ସଚେତନତା ସୃଷ୍ଟି କରିବାକୁ ବିସ୍ତ୍ରୁତ ପଦକ୍ଷେପ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ଏ ସମ୍ପର୍କରେ ଆଜି ଉନ୍ନୟନ କମିସନର ଆର ବାଲକ୍ରୀଷ୍ଣାନଙ୍କ ଆଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା । ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫ୍ରେସିଙ୍ଗ ଜରିଆରେ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ, ବରଗଡ ଜିଲ୍ଲା ସମେତ ମୋଟ ୯ଟି ଜିଲାରେ ରୋଗପୋକ ଆକ୍ରମଣରେ ୧ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଫସଲ କ୍ଷ୍ୟତିଗ୍ରସ୍ତ ହେଇଥିବା ସୂଚନା ମିଳିଛି । ଚାଷୀମାନେ ଏହାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଂ । କ୍ଷତିଗ୍ରସ୍ତ ଚାଷୀମାନଙ୍କ ସମ୍ପର୍କରେ ଚକଡା ଦାଉରେ ଅସହାୟ ହେଇ ଫସଲ ଜାଳିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସ୍ଵତନ୍ତ୍ର ରିଲିଫ କମିସନର ଦେଇଥିବା ତଥ୍ୟ ଅନୁସାରେ ବରଗଡ ଜିଲ୍ଲାର ୧୧ ଟି ବ୍ଲକରେ ୧୭୯ ଗାଁରେ ଥିବା ୪୩ ହଜାର ହେକ୍ଟର ଜମିରେ ରୋଗପୋକ ଲାଗିଛି । ଏଥିରୁ ୩୮,୨୫୩ ହେକ୍ଟର ଜମିରେ ୩୩ ପ୍ରତିଶଦ ଅଧିକ ଫସଲ ନଷ୍ଟ ହେଇଛି । ପାଖାପାଖି ୮ ହଜାର ହେକ୍ଟରରେ ୫୦ ପ୍ରଦିଶଦ ରୁ ଅଧିକ ଫସଲ କ୍ଷତି ହେଇଛି ବୋଲି ଆକଳନ କରାଯାଇଛି ।

ସମ୍ବଲପୁର ଜିଲ୍ଲାରେ ୯ ବ୍ଲକର ୧୨୭ ପଞ୍ଚାୟତରେ ୨୮,୨୩୩ ହେକ୍ଟର ଜମିରେ ଫସଲ ନଷ୍ଟ ହେଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୮,୫୫୬ ହେକ୍ଟର ଜମିରେ ଫସଲ ଉଜୁଡି ଯାଇଛି । କଳାହାଣ୍ଡିରେ ୧୦ ହଜାର, ସୋନପୁରରେ ୭,୧୫୨ ହେକ୍ଟର, ବଲାଙ୍ଗୀରରେ ୫,୩୯୨ ହେକ୍ଟର ଓ ନୂଆପଡାରେ ୩୦୯୦ ହେକ୍ଟର ଜମିରେ ଫସଲ କ୍ୟାତି ହେଇଛି ।

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ  ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ପଢନ୍ତୁ, ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related posts

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

Krishna Kumar Manoj

Shiv Sundar Das Is The New Coach Of Odisha Cricket Team

Krishna Kumar Manoj

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More