• Home
  • News
  • ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?
News

ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?

ବରଗଡ଼ର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ ଫସଲହାନୀ କ୍ଷତିପୂରଣ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଜିଲ୍ଲାପାଳଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ କହିଛନ୍ତି ଯେ ଯେ ଯେଉଁ ଚାଷୀମାନେ ନିଜ ଜମିରେ ନିଆଁ ଲଗାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ । ତେବେ ୩୩ ପ୍ରତିଶତ ଫସଲ ହାନୀ ହୋଇଥିବା ଜମିର କ୍ଷତିପୂରଣ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଡା. ରାଉତଙ୍କ ଏହି ବୟାନ ପରେ ବରଗଡ଼ ଚାଷୀ ମୃତ୍ୟୁ ନେଇ ସରକାରଙ୍କ ଅଭିମୁଖ୍ୟକୁ ବିରୋଧୀ ଦଳମାନେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ଚାଷୀଙ୍କ ସହିତ ସରକାର ଅଛନ୍ତି ଓ ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଚକଡ଼ା ପୋକ ମାଡ଼ିଥିବାବେଳେ ସରକାର କଣ ପଦକ୍ଷେପ ନେଇଥିଲେ । ବଜାରରେ ନକଲି ଓ ନିଷିଦ୍ଧ କୀଟନାଶକ ରୋକିବା ପାଇଁ ସରକାରଙ୍କ ଭୂମିକା କ’ଣ ଥିଲା ବୋଲି ଉଠିଲାଣି ପ୍ରଶ୍ନ ।

ସୂଚନା ଯୋଗ୍ୟ ଯେ ଗତ ୩୧ ତାରିଖ ଦିନ ବରଗଡ଼ ବ୍ଲକ କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେବା ସହିତ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ନେଇ ରାଜ୍ୟ ସରକାରଙ୍କୁ ଚାଷୀ, ରାଜନୈତକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ସମାଲୋଚନା କରିଥିବା ବେଳେ ଧାନ କ୍ଷେତ ପୋଡ଼ି ଦେବା ଯାହା ଶ୍ରୀ ସାହୁ ଆରମ୍ଭ କରିଥିଲେ ତାହା ଏବେ ଏକ ଧାରାରେ ପରିଣତ ହୋଇଛି। କ୍ରପ୍‌ କଟିଂ ରିପାର୍ଟ ଆସି ନ ଥିବାରୁ ନିଜ ଧାନ କ୍ଷେତରେ ନିଆଁ ନ ଲଗାଇବାକୁ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଅନୁରୋଧ କରିବା ସତ୍ତ୍ୱେ ପ୍ରତିଦିନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତ ପୋଡ଼ା ଯାଉଥିବା ରିପୋର୍ଟ ଆସୁଛି। ଏହି ପରି ଏକ ସମୟରେ ଆଜି ବରଗଡ଼ ଜିଲ୍ଲାପାଳ ଫସଲ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କରୁଥିବା ତିନିଜଣିଆ କମିଟିର ରିପୋର୍ଟ ଆଧାରରେ ଜିଲ୍ଲାପାଳ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ କୃଷି ମନ୍ତ୍ରୀ ଡା.ରାଉତ କହିଛନ୍ତି ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେଇଛନ୍ତି , ତାହା ଚାଷୀ ଆତ୍ମହତ୍ୟା ସମ୍ପର୍କିତ ନୁହେଁ, ଏହା ଫସଲ କ୍ଷୟକ୍ଷତି ସମ୍ପର୍କିତ। ତେବେ ମୃତ ଚାଷୀ ବୃନ୍ଦାବନ ସାହୁ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଡା. ରାଉତ କହିବା ସହିତ ଯେଉଁ ଚାଷୀମାନେ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତ,ସେମାନେ ସମସ୍ତେ ସରକାରୀ ସହାୟତା/ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବ ବୋଲି ଡା.ରାଉତ କହିଛନ୍ତି।

ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?  ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?

ପଢନ୍ତୁ, ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

Related posts

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

Krishna Kumar Manoj

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

Krishna Kumar Manoj

ଲୋକପ୍ରିୟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More