News

ଦାଉଦ୍‌ ଇବ୍ରାହିମ୍‌ଙ୍କ ଡାହାଣ ହାତ ଫାରୁକ ଟକଲା ଗିରଫ ! ଖୋଲିପାରେ ମୁମ୍ବାଇ ବୋମା ବିସ୍ଫୋରଣର ରାଜ

ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଫାରୁକ ଟକଲା ଟାଡା କୋର୍ଟରେ ହାଜର କରାଯିବ

ଅଣ୍ଡର ୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ମୁସ୍ତାକ ମହମ୍ମଦ ଫାରୁକ ଓରଫ୍‌ ଫାରୁକ୍‌ ଟକ୍‌ଲାକୁ ସିବିଆଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଗିରଫ କରିଛି। ଫାରୁକ୍‌ ଟକ୍‌ଲା ଦୁବାଇରୁ ଆସି ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ତାକୁ ମୁମ୍ବାଇ ନିଆଯାଉଛି।

ଫାରୁକ ଟକଲା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମର ଅତି ଘନିଷ୍ଠ ଲୋକ। କିଛି ଲୋକ ତାଙ୍କୁ ଦାଉଦର ଡାହାଣ ହାତ ବୋଲି କୁହନ୍ତି। ଫାରୁକଠୁ ଅନେକ ମହତ୍ଵପୂର୍ଣ୍ଣ ସୂଚନା ପାଇବା ପାଇଁ ସିବିଆଇ ଆଶା ରଖିଛି। ଭାରତୀୟ ଗୁଇନ୍ଦା ବିଭାଗର କହିବା କଥା ଦାଉଦ ଇବ୍ରାହିମର ଏହି ଖାସ୍ ଲୋକ ଟକଲା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସଂପର୍କରେ ଥିଲା। ସେ ସର୍ବଦା ଦୁବାଇରୁ କରାଚି ଯାତ୍ରା କରୁଥିଲା। ସେ ପାକିସ୍ତାନରୁ ଆସୁଥିବା ଡି କମ୍ପାନୀର ଲୋକଙ୍କୁ ସାହାଯ୍ୟ କରୁଥିଲା।

ସୂଚନଯୋଗ୍ୟ , ଫାରୁକ ଟକଲା  ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଭାରତରୁ ଖସି ପଳାଇଥିଲେ। ତାଙ୍କ ବିରୋଧରେ ୧୯୯୫ ମସିହାରେ ଏକ ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ଜାରି କରାଯାଇଥିଲା।ତାଙ୍କୁ ଆଜି ମୁମ୍ବାଇର ଟାଡା କୋର୍ଟରେ ହାଜର କରାଯିବ।ତାଙ୍କୁ ମୁମ୍ବାଇ ସ୍ଥିତି କଠୋର ନିରାପତ୍ତା ବ୍ୟବସ୍ଥାରେ ଥିବା ଅର୍ଥର୍‌ ରୋଡ୍‌ ସେଣ୍ଟ୍ରାଲ୍‌ ଜେଲ୍‌ରେ ରଖାଯାଉ ବୋଲି ସେ ସର୍ତ୍ତ ରଖିଛନ୍ତି।ଏହି ଘଟଣାକୁ ଡନ୍‌ ଗ୍ୟାଙ୍ଗ୍‌ ଉପରେ ପ୍ରଚଣ୍ଡ ଧକ୍କା ବୋଲି ବରିଷ୍ଠ ଆଡ୍‌ଭୋକେଟ୍‌ ଉଜ୍ଜ୍ୱଳ ନିକମ କହିଛନ୍ତି।

ପଢନ୍ତୁ;

ରାଉରକେଲାରେ ଏକ ବିଚିତ୍ର ବାହାଘର : ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ ,ଦେଖାଇଲେ ମ୍ୟାରେଜ ସାର୍ଟିଫିକେଟ

Related posts

ଇସ୍ତଫା ଦେଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଅସଦ ଉମର

Ratnamani Moharana

ଅଗଷ୍ଟ ୧୫ରେ ଶୁଭାରମ୍ଭ ହେଲା ଇଏମଇ ସାଇକ୍ଲିଂ ଅଭିଯାନ

ENO Beuro

୩୬୦ ଭାରତୀୟ ମତ୍ସଜୀବୀ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

Ratnamani Moharana

1 comment

Leave a Comment