31 C
Bhubaneswar
October 26, 2020
EnewsOdia.Com
ନ୍ୟୁଜ୍

ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

ଫାଷ୍ଟ ଟ୍ୟାଗ୍ ହେଉଛି ସେହି ଟେକ୍ନୋଲୋଜି ଯାହାଦ୍ବାରା ଇଲେକଟ୍ରୋନିକ୍ ଟୋଲ୍ କଲେକ୍ସନ୍ ସହଜରେ ହୋଇପାରିବ । ଫଳରେ ଟୋଲ୍ ପ୍ଲାଜାରେ ଗାଡିଗୁଡିକ ଟୋଲ୍ ଟାକ୍ସ ଦେବା ପାଇଁ ଦୀର୍ଘ ସମୟ ଧରି ଲାଇନ୍ ରେ ରହିବେ ନାହିଁ । ଜାତୀୟ ରାଜପଥର ବିଭିନ୍ନ ଚାରି ଚକିଆ ଯାନବାହାନ ଟୋଲ୍ ପ୍ଲାଜା ଦେଇ ଚଳାଚଳ କଲେ ଯାନରେ ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି ।  ଗାଡିରେ ଏହା ନଲଗାଇଲେ ଡବଲ୍ ଜରିମାନା ଦେବାକୁ ପଡିବ ।  କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାର ଅବଧି ବଢାଇ ୨୦୨୦ ଜାନୁଆରୀ ୧୫ ପର୍ଯ୍ୟନ୍ତ କରାଯାଇଥିଲା ।

ଜାତୀୟ ରାଜପଥରେ ଟ୍ରାଫିକ୍ ଚଳାଚଳକୁ ବାଧାମୁକ୍ତ କରିବା ଲାଗି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଏହି ଭଳି ଇଲେକ୍ଟ୍ରୋନିକ୍ସ ଟ୍ୟାକ୍ସ ସଂଗ୍ରହ ବ୍ୟବସ୍ଥା ଲାଗୁ କରିଛି । ଏହି ଫାସଟ୍ୟାଗ୍ ୨୨ଟି ଅନୁବନ୍ଧିତ ବ୍ୟାଙ୍କ ସହ ଜାତୀୟ ରାଜପଥରେ ଥିବା ପଏଣ୍ଟ ଅଫ୍ ସେଲସ୍ ଜରିଆରେ ମିଳୁଛି । ଆମାଜନ୍ ଭଳି ଇ-କମର୍ସ ଫ୍ଲାଟଫର୍ମରେ ମଧ୍ୟ ଫାସଟ୍ୟାଗ୍ ମିଳୁଛି । ଏହାକୁ ରିଚାର୍ଜ କରିବାକୁ ପଡିଥାଏ । My Fastag ମୋବାଇଲ୍ ଆପ୍ ମାଧ୍ୟମରେ ଏହାକୁ ରିଚାର୍ଜ କରିହେବ । ଏହି ଆପ୍ ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଡିଦେଲେ ସେଥିରୁ ଟଙ୍କା କଟିବ । ଏଥିଲାଗି NHAIର ପ୍ରିପେଡ୍ ୱାଲେଟ୍ ମଧ୍ୟ ବ୍ୟବହାର କରିହେବ । ଗୋଟିଏ ଗାଡି ପାଇଁ ଗୋଟିଏ ଫାସ୍ ଟ୍ୟାଗ୍ ରଖିବାକୁ ପଡିବ ।

ପଢନ୍ତୁ: ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

Related posts

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana

ଆଜି ପବିତ୍ର ମକର ସଂକ୍ରାନ୍ତି

Ratnamani Maharana

ନୂଆ ବର୍ଷକୁ ରଙ୍ଗୀନ କରିବ ମଦ

Ratnamani Maharana

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More