EnewsOdia.Com

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

ନେସନାଲ ହାଇୱେର ଟୋଲ ପ୍ଲାଜା ଦେଇ ଯିବା ଆସିବା କରୁଥିବା ସମସ୍ତ ଚାରିଚକିଆ ଗାଡିରେ ଫାସ୍ ଟ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରାଇବା ସହିତ ପ୍ରଦୂଷଣ କମ୍ କରିବା ଏବଂ ଲମ୍ବା ଧାଡିରୁ ରକ୍ଷା କରାଇବା ପାଇଁ ଏହି ସିଷ୍ଟମ କେନ୍ଦ୍ରସରାକର ପକ୍ଷରୁ ଲାଗୁ କରାଯାଇଥିଲା । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ଗାଡିରେ ଫାସ୍ ଟ୍ୟାଗ ଲଗାଇ ନାହାନ୍ତି  ତେବେ ଆପଣଙ୍କ ପାଇଁ ଏହା ଏକ ଖୁସି ଖବର। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଫାସ୍‍ଟ୍ୟାଗ ଫି’ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ରୁ ୨୯ ଫେବୃଆରୀ ମଧ୍ୟରେ ଏନଏଚଆଇ ଟୋଲ ପ୍ଲାଜାରେ ଫାସ୍ ଟ୍ୟାଗ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ । ଏହାପୂର୍ବରୁ ଏନଏଚଆଇ ରେ ନଭେମ୍ବର ୨୨ ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ମାଗଣାରେ ଫାସ୍ ଟ୍ୟାଗ ଉପଲବ୍ଧ କରାଯାଇଥିଲା । ଏନଏଚଏଆଇ ର ଫାସ୍ ଟ୍ୟାଗ୍ ଟୋଲ ପ୍ଲାଜା, ଆରଟିଓ, କମନ ସର୍ଭିସ ସେଣ୍ଟର, ଟ୍ରାନସପୋର୍ଟ ହବ ଏବଂ ପେଟ୍ରୋଲ ପମ୍ପରେ ମିଳିବ । ଫାସ୍ ଟ୍ୟାଗ ନେବା ପାଇଁ ଗ୍ରାହକଙ୍କୁ ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ମାନେ ଆରସି ବୁକ୍ ପାଖରେ ରଖିବା ଉଚିତ୍ ।

ପଢନ୍ତୁ: ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ସମ୍ବନ୍ଧିତ ଖବର

ଆମେରିକା ପର୍ବତ ଶୃଙ୍ଗରୁ ୫୦୦ ଫୁଟ୍‌ ତଳକୁ ପଡ଼ି ମଧ୍ୟ ବଞ୍ଚିଗଲେ ଭାରତୀୟ ବଂଶୋଦ୍ଭବ

Ratnamani Maharana

ଶିକ୍ଷକଙ୍କୁ ଖରାଛୁଟି ମନା, ଛୁଟିରେ ଚାଲିବ ଏକ୍ସଟ୍ରା କ୍ଲାସ

Ratnamani Maharana

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

Ratnamani Maharana

ଭୂତ ସହର ପାଲଟିଲା ଉହାନ୍‌, ମକାଓ

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ ସୁଝିବ ବ୍ୟାଙ୍କ

Ratnamani Maharana