News

ଡିସେମ୍ବର ପହିଲାରୁ ସମସ୍ତ ଚାରି ଚକିଆ ଯାନ ପାଇଁ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ

By Krishna Kumar Manoj

November 03, 2017

ଟୋଲ ଫି କୁ ସହଜ ଓ ସୁବିଧା କରିବା ପାଇଁ ସରକାର ଏକ ନୂଆ ଯୋଜନା କରିଛନ୍ତି । ଏବେ ଡିଜିଟାଲ ହେବ ଗାଡି ମଟର । ଡିସେମ୍ବର ପହିଲାରୁ ସମସ୍ତ ନୂଆ ଚାରି ଚକିଆ ଯାନ ଯଥା କାର୍, ବସ୍, ଟ୍ରକରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିରେ ସାମ୍ନାରେ ଥିବା ଚଉଡ଼ା ସ୍କ୍ରିନରେ ଏହି ଫାସଟ୍ୟାଗ୍ ଲାଗିବ ।

କାରଖାନା କିମ୍ବା ଡିଲରସିପ୍ରୁ ନୂଆ ଗାଡ଼ି ବାହାରିବା ପୂର୍ବରୁ ଏହାକୁ ଲଗାଇବାକୁ ପଡ଼ିବ । କେବଳ ଚେଚିସ୍ ଆକାରରେ ବିକ୍ରି ହେଉଥିବା ବସ୍ ଏବଂ ଟ୍ରକ୍ରେ ମାଲିକଙ୍କୁ ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଫାସଟ୍ୟାଗ୍ ଲଗାଇବାକୁ ପଡ଼ିବ।

ଏହି ଫାସଟ୍ୟାଗରେ ରେଡିଓ ତରଙ୍ଗ ଚିହ୍ନଟ ପାଇଁ ଏକପ୍ରକାର ଯନ୍ତ୍ରାଂଶ ରହିଛି । ଫଳରେ ଟୋଲ ଗେଟଗୁଡିକରେ ଗାଡିକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ଫାସଟ୍ୟାଗ ଫଳରେ ଟୋଲଗେଟରେ ଦେବାକୁ ଥିବା ଶୁଳ୍କ ଡିଜିଟାଲ ପେମେଣ୍ଟ ଜରିଆରେ ହୋଇପାରିବ । ଟୋଲଗେଟ ଗୁଡିକରେ ଭିଡ କମାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏ ନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଢନ୍ତୁ, ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି