News

ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବାକୁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଧମକ

Pakistan Jhataka 750x430

ପୁଣି ଥରେ ବିଶ୍ଵ ଦରବାରରେ ଲଜ୍ଜିତ ହୋଇଛି ପାକିସ୍ତାନ । ଆତଙ୍କବାଦକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବାରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ) କଡ଼ା ଚେତାବନୀ ଦେଇଛି। ଆସନ୍ତା ଅକ୍ଟୋବର ଯାଏଁ ଏଫଏଟିଏଫ୍ ର ଗ୍ରେ ଲିଷ୍ଟରେ ପୁଣି ରହିବ ପାକିସ୍ତାନ । ପାକିସ୍ତାନ ଆତଙ୍କବାଦକୁ ଦମନ କରିବା ଲାଗି ଠିକଣା ପଦକ୍ଷେପ ନେଇ ନଥିବାରୁ ତାକୁ ଫାଇନାନସିଆଲ୍ ଆକ୍ସନ ଟାକ୍ସ ଫୋର୍ସ ବା ଏଫଏଟିଏଫ୍ ର ତାଲିକାରୁ ବାହାରେ ରଖିବାକୁ ସ୍ପଷ୍ଟ ଭାବେ ଏହାର ସଦସ୍ୟ ରାଷ୍ଟ୍ର ଚୀନ । ବେଜିଂର ମତ ସହିତ ଏକମତ ହୋଇଛନ୍ତି ତୁର୍କି , ମାଲେସିଆ, ଗଲ୍ଫ ଦେଶ ସମୁହ ଏବଂ ସାଉଦି ଆରବ ।

ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ  ଘୋଷିତ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ FATF ନିର୍ଦ୍ଦେଶ ଦେଇଛି। ବର୍ତମାନ ସୁଦ୍ଧା ପାକିସ୍ତାନ ଆତଙ୍କବାଦୀଙ୍କ ସଂପତି ସହ ଜମାତ୍ ଉଦ୍ ଦୱା, ଜୈସ୍ ଇ ମହମ୍ମଦ ପରି ଆତଙ୍କୀ ସଂଗଠନର କିଛି ନେତାଙ୍କୁ ଗିରଫ କରିଛି । ହଲେ ଏହାକୁ ଯଥେଷ୍ଟ ବୋଲି ଗ୍ରହଣ କରିନି ଏଫଏଟିଏଫ୍ । ଏବେ କଟକଣାରୁ ବର୍ତିବାକୁ ହେଲେ ପାକିସ୍ତାନକୁ ଆସନ୍ତା ଅକ୍ଟୋବର ମଧ୍ୟରେ ଆହୁରି ବଡ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ହେବ ।‘ଗ୍ରେ ଲିଷ୍ଟ୍‍’ରୁ ମୁକ୍ତ ହେବାକୁ ଅକ୍ଟୋବାର ମାସରେ ପ୍ୟାରିସ୍‌ ଠାରେ ହେବାକୁ ଥିବା ପ୍ଲେନାରି ବୈଠକରେ ପାକିସ୍ତାନ ୧୫ଟି ଦେଶର ସମର୍ଥନ ଦରକାର କରିବ।

ପଢନ୍ତୁ: ଯୋଗ ଦିବସରେ ଟୁଇଟ କରି ଅଡୁଆରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Related posts

22nd Asian Athletics Championships – Cash Awards For Medal Winners

ENO Beuro

ଦିଲ୍ଲୀରେ ଦୁଇଟି ଅଭିନବ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

ENO Beuro

ଘନୀଭୂତ ହେଉଛି ଲଘୁଚାପ,ଆସନ୍ତାକାଲିଠୁ ବର୍ଷା

ENO Beuro

Leave a Comment