News

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ !

ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା

ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି ବାପା। ଘଟଣା ଘଟିଛି କ୍ୟାପିଟାଲ ଥାନା ଅଧୀନ unit-1 କଳିଙ୍ଗ ବସ୍ତିରେ। ପୁଲିସ ନାବାଳିକା ବାପାକୁ କୋର୍ଟଚାଲାଣ କରିଥିଲା।

ସୂଚନା ଅନୁସାରେ ସୋମବାର ରାତିରେ ବାପା ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଝିଅକୁ ଶୋଇବା ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଝିଅ ଚିତ୍କାର କରିବାରୁ ପାଖ ପଡୋଶୀ ଉଠି ଆସିଥିଲେ।  ଝିଅ ବାପା କଥା ସେମାନଙ୍କୁ ଜଣାଇଥିଲା।  ଘଟଣାକୁ ପଦାରେ ନପକାଇବା ପାଇଁ ଝିଅର ବାପା  ପରିବାର ଅନ୍ୟମାନଙ୍କୁ ମଧ୍ୟ ଧମକ ଦେଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି ବୋଲି ଡିପିସି ଅନୁପ ସାହୁ କହିଛନ୍ତି।

ପଢନ୍ତୁ; ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

Related posts

ଜୁନ୍‌ ୨ ତାରିଖ ଯାଏଁ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା

Ratnamani Moharana

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ENO Beuro

୪ଟି ପ୍ରଜାତିର ଗଛକୁ ନକାଟିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତ

ENO Beuro

Leave a Comment