• Home
  • News
  • ଫାବ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା : ପୂର୍ବ ଜୋନରେ ଭାଗ ନେବେ ଓଡିଶାର ୩ ପ୍ରତିଯୋଗୀ
News

ଫାବ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା : ପୂର୍ବ ଜୋନରେ ଭାଗ ନେବେ ଓଡିଶାର ୩ ପ୍ରତିଯୋଗୀ

ଫେମିନା ମିସ୍‌ ଇଣ୍ଡିଆ ଭୁବନେଶ୍ୱର ଅଡିସନ୍‌ରେ ଐଶ୍ୱର୍ଯ୍ୟା, ପ୍ରିୟା, ଶ୍ରୁତୀକ୍ଷା ବିଜେତା

ସାରା ଦେଶରେ ଚାଲିଥିବା ଫାବ ଫେମିନା ମିସ ମିସ୍‌ ଇଣ୍ଡିଆର ଭୁବନେଶ୍ୱର ଅଡିସନ୍‌ ରବିବାର ଖାରବେଳନଗରସ୍ଥିତ ଫୋରମ୍‌ ମାର୍ଟ ବିଗ୍‌ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ ନେବା ପାଇଁ ୧୦୦ରୁ ଅଧିକ ପ୍ରତିଯୋଗୀ ପଞ୍ଜୀକରଣ କରିଥିଲେ।

ଚଳିତବର୍ଷ ଓଡ଼ିଶାରୁ ଐଶ୍ୱର୍ଯ୍ୟା ଜେନା, ଶ୍ରୁତୀକ୍ଷା ନାୟକ ଓ ପ୍ରିୟା କଂସାଗରା ଶ୍ରେଷ୍ଠ ୩ ପ୍ରତିଯୋଗୀ ଭାବେ ବିବେଚିତ ହୋଇ ଆସନ୍ତା ମାର୍ଚ୍ଚ ୨୨ରେ କଲିକତାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନାଲ୍‌ କ୍ରାଉନିଂ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି। ଜାତୀୟ ସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ଥିବା ଏହି ୩ ସୁନ୍ଦରୀ ରାଜ୍ୟକୁ ଗୌରବାନ୍ବିତ କରିବା ସହ ଚଳିତବର୍ଷ ମିସ୍‌ ଇଣ୍ଡିଆ ଟାଇଟଲ୍‌ର ବିଜୟିନୀ ହେବାକୁ ଆଶାବାଦୀ ଥିବା କହିଛନ୍ତି।

ଶ୍ରୀଶ୍ରୀ ୟୁନିଭର୍ସିଟିରେ ଆର୍କିଟେକ୍‌ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ବାଙ୍ଗାଲୋରର ୧୯ ବର୍ଷୀୟା ପ୍ରିୟା କଂସାଗରା, ଭୁବନେଶ୍ୱରର ୨୩ ବର୍ଷୀୟା ମାଇକ୍ରୋବାୟୋଲଜି ଛାତ୍ରୀ ଐଶ୍ୱର୍ଯ୍ୟା ଜେନା ଏବଂ କିଟ୍‌ ୟୁନିଭର୍ସିଟିରେ ମାସ୍‌ କମ୍ୟୁନିକେଶନ ପଢ଼ୁଥିବା ୨୧ ବର୍ଷୀୟା ଶ୍ରୁତୀକ୍ଷା ନାୟକ ଏଥର ଗୋଲ୍ଡେନ୍‌ ଟିକେଟ୍‌ ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲେ। ଚଳିତବର୍ଷ ମିସ୍‌ ଇଣ୍ଡିଆର ୫୫ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଦେଶର ୩୦ଟି ରାଜ୍ୟରେ ଅଡିସନ୍‌ କରାଯାଇ ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ।

ଓଡ଼ିଶାରୁ ୩ ଜଣ ପ୍ରତିଯୋଗୀ ଇଷ୍ଟ୍‌ ଜୋନାଲ୍‌ କ୍ରାଉନିଂ ସେରେମନିରେ ଭାଗନେବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା ୨୦୧୮’ ଟାଇଟଲ୍‌ ପ୍ରଦାନ କରାଯିବ। ଭଲ ପ୍ରଦର୍ଶନ କଲେ ପରବର୍ତ୍ତୀ ପର୍ଯ୍ୟାୟକୁ ମନୋନୀତ ହେବା ସାଙ୍ଗକୁ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିବାର ଗୌରବ ମଧ୍ୟ ଅର୍ଜନ କରିପାରିବେ। ପୂର୍ବରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପୂଜା ମିଶ୍ର ଓ କ୍ରୀଷ୍ଟିନା ବିଜୁ ଫେମିନା ମିସ୍‌ ଇଣ୍ଡିଆରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି।

ଫାବ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା : ପୂର୍ବ ଜୋନରେ ଭାଗ ନେବେ ଓଡିଶାର ୩ ପ୍ରତିଯୋଗୀ miss india

ପଢନ୍ତୁ;

ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି

Related posts

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

Krishna Kumar Manoj

ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

Krishna Kumar Manoj

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More