News

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

Untitled 1

କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟିକ୍ କୁ ନୋଟିସ ଦେଇଥିଲା।  ଏହି ନୋଟିସ୍ ରେ ସରକାର କମ୍ପାନୀଙ୍କୁ ୨୧ ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଏହାର ସନ୍ତୋଷଜନକ ଉତ୍ତର ନଦେଲେ ବ୍ୟାନ୍ କରିବା ପାଇଁ ନୋଟିସ୍ ଜାରି କରିଥିଲେ। ତେବେ ଭୟରେ କମ୍ପାନି ସମାଜରେ ନକାରାତ୍ମକ ପ୍ରଭାବ ପକାଉଥିବା ହିଂସାତ୍ମକ ଭିଡିଓଗୁଡ଼ିକୁ ଡିଲିଟ୍‌ କରି ଦେଇଥିବା ସୂଚନା ରହିଛି। ଏହାଫଳରେ ‘ଟିକ୍‌ ଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ୬୦ ଲକ୍ଷ ଭିଡିଓ କ୍ଲିପ୍‌ ଡିଲିଟ୍‌ କରିଦେଇଛି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ‘କମ୍ୟୁନିଟି ଗାଇଡ୍‌ଲାଇନ୍‌କୁ ଲକ୍ଷ୍ୟ କରି ଆମେ ୨୦୧୮ ଜୁଲାଇରୁ ପ୍ରାୟ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କରି ସାରିଲୁଣି।’ ଟିକ୍‌ ଟକ୍‌ ଇଣ୍ଡିଆର ନିର୍ଦ୍ଦେଶକ ସଚିନ ଶର୍ମା  କହିଛନ୍ତି, ‘ ଟିକ୍‌ ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନିର ଆପ୍‌ର ସମୁଦାୟ ୨୦ କୋଟି ବ୍ୟବହାରକାରୀ।’ନିକଟ ଅତୀତରେ ଏହି ଚାଇନିଜ୍‌ ଆପ୍‌କୁ ଭାରତୀୟ ସରକାର ଏକ ନୋଟିସ୍‌ ପଠାଇ ୨୪ଟି ପ୍ରଶ୍ନର ଉତ୍ତର ଚାହିଁଥିଲେ। ଏହି ଆପ୍‌ ଜରିଆରେ ଅଣ ଜାତୀୟବାଦ କାର୍ଯ୍ୟକଳାପ କିଛି ପରିଲକ୍ଷିତ ହେବା ପରେ ସରକାର ନୋଟିସ୍‌ ପଠାଇଥିଲେ। ଯାହା ଫଳରେ ଚୀନର ଏହି କମ୍ପାନି ୬୦ ଲକ୍ଷ ଭିଡିଓକୁ ଡିଲିଟ୍‌ କରି ଦେଇଛି।
ପଢନ୍ତୁ: ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

Related posts

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ENO Beuro

ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି

ENO Beuro

କ୍ୟାନସର ଓ ହୃଦରୋଗ ପୀଡିତ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ୫୧ ପ୍ରକାର ଔଷଧର ଦର କମିଛି

ENO Beuro

Leave a Comment