News

ଚାଲାଣ ଡରରେ ନାବାଳକକୁ ବାଇକ୍‌ ଚଳାଇବାକୁ ମନାକରିବାରୁ ବାପା ନାଁରେ ଅଭିଯୋଗ କଲା ପୁଅ

Biker 1 750x430

ପୁଅ ଜିଦ୍‌ଧରିବାରୁ ଆଗ୍ରାର ବାସିନ୍ଦା ଧରମ ସିଂହ ପ୍ରାୟ ଦୁଇ ବର୍ଷ ତଳେ ବାଇକ୍‌ ଖଣ୍ଡେ କିଣିଥିଲେ। ଧମର ସିଂହ ଅଫିସ ଯିବା ପରେ ପୁଅ ଘଣ୍ଟା ଘଣ୍ଟା ଧରି ରାସ୍ତାଘାଟରେ ବାଇକ୍‌ ଚଢ଼ି ବୁଲେ। ନୂଆ ଟ୍ରାଫିକ୍‌ ନିମୟ କଥା ଜାଣିବା ପରେ ଜରିମାନା ଗଣିବା ଭୟରେ ଧରମ ସିଂହ ପୁଅ ମୁକେଶ ଠାରୁ ବାଇକ୍‌ ଚାବି ନେଇଗଲେ। ମୁକେଶ ବାଇକ୍‌ ଚାବି ଲାଗି ବାପାଙ୍କ ସାଥିରେ ବାରମ୍ବାର ଝଗଡା କରିବାରୁ ଚିଡ଼ି ଯାଇ ଧରମ ସିଂହ ତାକୁ ଗୋଟାଏ କୋଠରିରେ ପୂରାଇ କବାଟ କିଳି ଦେଇ ବାଇକ୍‌ ଚାବି ଧରି ଅଫିସ୍‌କୁ ଚାଲିଗଲେ। ପୁଅର ମାଆ ମଧ୍ୟ ଏଥିରେ ବାପାଙ୍କୁ ସହଯୋଗ କରିଥିଲେ।

ଏଥିରେ ପୁଅ ରାଗି ଯାଇ ବାପାମାଆଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଫୋନ୍‌ କଲା। ଉଭୟ ବାପପୁଅଙ୍କୁ ଥାନାରେ ହାଜର ହେବାକୁ ପୁଲିସ କହିଲା। ଉଭୟ ନିଜ ନିଜ କଥା କହିବା ପରେ ପୁଲିସ ଚେତାବନୀ ଦେଇ ଦୁହିଁଙ୍କୁ ଛାଡ଼ି ଦେଇଛି।
ପଢନ୍ତୁ: ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଏନ୍‌ଏଚ୍‌ଆରସି

Related posts

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

Ratnamani Moharana

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

ENO Beuro

୮ ରାଜ୍ୟରେ ଆତଙ୍କୀ ହମ୍‌ଲା ଆଶଙ୍କା ନେଇ ମିଛ ଫୋନ କଲ୍‌ କରି ପୂର୍ବତନ ସେନା କର୍ମଚାରୀ ଗିରଫ

Ratnamani Moharana

Leave a Comment