ଫେଡ କପ: ଥାଇଲାଣ୍ଡକୁ ହରାଇଲା ଭାରତ 

fed

କାଜାଖସ୍ତାନର ଆସ୍ତାନା ଠାରେ ଆରମ୍ଭ ହୋଇଥିବା ଫେଡ କପ ଟେନିସ ଏସିଆ/ଓସିଆନିଆ ଗ୍ରୁପ-୧ରେ ଭାରତୀୟ ମହିଳା ଦଳ ଆକର୍ଷଣୀୟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମୁକାବିଲାରେ ଭାରତ ୨-୧ରେ ଥାଇଲାଣ୍ଡକୁ ପରାସ୍ତ କରିଛି।

ଅଙ୍କିତା ରାଇନା ତାଙ୍କର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚରେ ବିଜୟ ଲାଭ କରି ଭାରତକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ସିଙ୍ଗଲ୍ସରେ କର୍ମନ କୌର ଥାଣ୍ଡି ୨-୬, ୬-୩, ୩-୬ରେ ନୁଡିଣ୍ଡା ଲଙ୍ଗନମ୍‌ଙ୍କଠାରୁ ହାରିଯାଇଥିଲେ। ମାତ୍ର ଦ୍ୱିତୀୟ ସିଙ୍ଗଲ୍ସରେ ଭାରତର ନମ୍ବର ଓ୍ବାନ ମହିଳା ସିଙ୍ଗଲ୍ସ ଖେଳାଳି ଅଙ୍କିତା ଥାଇଲାଣ୍ଡର ପିଆଙ୍ଗତରନ ପ୍ଲିପଚ୍‌ଙ୍କୁ ୬-୭ (୩), ୬-୨, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ଫଳରେ ସ୍କୋର ୧-୧ ସ୍ତରକୁ ଚାଲି ଆସିଥିଲା

ଆଜି ଭାରତ ଆୟୋଜକ କାଜାଖସ୍ଥାନକୁ ଭେଟିବ।

ପଢନ୍ତୁ;  ଶରୀରର କେଉଁ ଅଙ୍ଗରେ ସୁନା ପିନ୍ଧିଲେ ହୋଇଥାଏ ଅଶୁଭ, ଆସନ୍ତୁ ଜାଣିବା ଏହି ବିଷୟରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More