ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗିଥାଏ । ଯେଉଁମାନେ ବି ଚାକିରୀ କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ତେବେ ଯାଣନ୍ତୁ ନିଦ ପଛର କାରଣ ।
ନିଦ ଲାଗିବାର କାରଣ
• ଚିନି ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଯେପରି ପନୀର, ଡାଲି, ସି – ଫୁଡ୍, ନମକିନ୍ ଏବଂ ମିଠା ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଏପରି ଖାଦ୍ୟକୁ ସ୍ଲିପର୍ସ ମଧ୍ୟ କୁହାଯାଏ ଯାହାକୁ ଖାଇବା ପରେ ନିଦ ଆସେ ।
• ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ ।ଏହା ଦ୍ୱାରା ମସ୍ତିସ୍କରେ ରକ୍ତର ପରିମାଣ କମିଥାଏ ଏବଂ ଧୀରେ ଧୀରେ ଏହାର କ୍ରିୟାଶୀଳତା ଶିଥିଳ ହୋଇଥାଏ । ଫଳରେ ନିଦ ଲାଗିବା ଆରମ୍ଭ ହୋଇଥାଏ ।
କଣ କରିବେ :
• ଅଫିସରେ ଲଂଚ୍ ପାଇଁ ଭାତ ସ୍ଥାନରେ ରୁଟି କିମ୍ବା କିଛି ହାଲ୍କା ଖାଦ୍ୟ ଖାନ୍ତୁ । କାରଣ ଭାତ ଖାଇଲେ ଅଧିକ ନିଦ ଲାଗିଥାଏ ।
• ସେହିପରି ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ ।
• ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
• ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ ଦ୍ୱିପହରରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।