LIFESTYLE

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗୁଛି କି ? ତେବେ ଜାଣନ୍ତୁ ଏହାର କାରଣ କ’ଣ

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ପ୍ରାୟ ସମସ୍ତଙ୍କୁ  ନିଦ ଲାଗିଥାଏ । ଏମିତି କି ଅଳସୁଆ ମଧ୍ୟ ଲାଗିଥାଏ । ଯେଉଁମାନେ ବି ଚାକିରୀ କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ ।ତେବେ କାହିଁକି ଏପରି ହୋଇଥାଏ ତାହା କାହାକୁ ବି ଜଣା ନ ଥାଏ । ତେବେ ଏକ ଗବେଷଣାରୁ ଏହାର କାରଣ ଜଣା ପଡିଛି ।

ମଧ୍ୟାହ୍ନ ଭୋଜନ କରିବା ସମୟରେ ଏହା ଉପରେ ଧ୍ୟାନ ଦିଅନ୍ତୁ

  • ଅଫିସରେ ମଧ୍ୟାହ୍ନ ଭୋଜନ କରିବା ସମୟରେ ଭାତ ନ ଖାଇ ରୁଟି ଖାଆନ୍ତୁ । କାରଣ ଭାତ ଖାଇବା ଦ୍ଵାରା ଅତ୍ୟଧିକ ନିଦ ଲାଗି ଥାଏ । ଏଥିପାଇଁ ଆମକୁ ଅଳଶୁଆ ମଧ୍ୟ ଲାଗି ଥାଏ । ଏମିତି କି କିଛି କାମ କରିବାକୁ ଇଛା ହୋଇ ନ ଥାଏ ।
  • ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ  ମଧ୍ୟାହ୍ନ ଭୋଜନ କରିବା ସମୟରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।
  • ଖାଦ୍ୟ ଖାଇବା ପରେ ହଜମ କ୍ରିୟା ଆରମ୍ଭ ହୋଇଯାଏ ।  ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ ।
  • ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗିଥାଏ ।
  • ସେହିପରି ମଧ୍ୟାହ୍ନ ଭୋଜନ କରିବା ସମୟରେ ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ । ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

ପଢନ୍ତୁ ;

ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ

Related posts

ଆସନ୍ତୁ ଜାଣିବା ଆଲୋବେରାର ଉପକାରିତା ବିଷୟରେ

ENO Beuro

ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ENO Beuro

ହୋଲିରେ ରଙ୍ଗ ଖେଳିଲା ବେଳେ କିପରି ସୁରକ୍ଷିତ ରହିବା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

ENO Beuro

Leave a Comment