Entertainment

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ଝିଅ ଶ୍ରୁତିକ୍ଷା ନାୟକ ଫେମିନା ମିସ୍ ଇଣ୍ଡିଆରେ ଓଡିଶାରେ ପ୍ରଥମ ହୋଇଛନ୍ତି । କୋଲକତାରେ ଅନୁଷ୍ଠିତ ଏଫବିବି ଫେମିନା ଇଷ୍ଟ ୨୦୧୮ରେ ଶ୍ରୁତିକ୍ଷା ମୁକୁଟ ପିନ୍ଧିଛନ୍ତି । ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

୨୦ ବର୍ଷୀୟ ଶ୍ରୁତିକ୍ଷା କିଟ୍‍ ବିଶ୍ୱବିଦ୍ୟାଳୟରୁ ମାସ୍‍ ମିଡ଼ିଆରେ ଡିଗ୍ରୀ ହାସଲ କରିଛନ୍ତି । ଶ୍ରୁତିକ୍ଷା ଜଣେ ଫିଟନେସ୍ ମଡେଲ ଭାବେ କାର୍ଯ୍ୟ କରନ୍ତି । ନୃତ୍ୟ ପ୍ରତି ମଧ୍ୟ ତାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି । ମେ ଶେଷ ସପ୍ତାହରେ ମୁମ୍ବାଇରେ ଏକ ମାସର ଗ୍ରୁମିଂ କ୍ଲାସ୍ ପରେ ସେ ଫାଇନାଲ ଅଡିସନରେ ଯୋଗ ଦେବେ । ଏଥିପାଇଁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ସେ  ନିଜକୁ ଫିଟ୍ ରଖିବା ସହିତ ତ୍ୱଚା ଓ ବ୍ୟକ୍ତିତ୍ୱ ବିକାଶ ଦିଗରେ  କାର୍ଯ୍ୟ କରିବେ ।

ମାର୍ଚ୍ଚ ୨୨ରେ କୋଲକାତାଠାରେ ଅନୁଷ୍ଠିତ ‘ଏଫବିବି ଫେମିନା ଇଷ୍ଟ ୨୦୧୮’ ରେ ସାରା ଦେଶରୁ ୧୩ଟି ରାଜ୍ୟର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୩ଟି ରାଜ୍ୟରୁ ୩୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୁତିକ୍ଷାଙ୍କ ସହ ଐଶ୍ୱର୍ଯ୍ୟା ଜେନା ଓ ପ୍ରିୟା କଂସାଗର କଲକାତାକୁ ମନୋନୀତ ହୋଇ ଯାଇଥିଲେ । ସେଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୁତିକ୍ଷା ବିଜୟିନୀ ହୋଇ ଫେରିଛନ୍ତି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଗଛ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଜାଣନ୍ତୁ ?

Related posts

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

ENO Beuro

AD Entertainment Presents New Odia Music Video “Pakhe Pakhe”

ENO Beuro

21st Ruchi Prativa Samman Samaroha – 2017 Held At Cuttack Saheed Bhawan

ENO Beuro

2 comments

Leave a Comment