VASTU

ଘରକୁ ନେଇ ଆସନ୍ତୁ ଏହି ତିନୋଟି ଜିନିଷ: ଟଙ୍କାର ଅଭାବ ରହିବ ନାହିଁ

ସମସ୍ତେ ନିଜ ନିଜ ସ୍ଥାନରେ ଉନ୍ନତି  କରି ପ୍ରତିଷ୍ଠିତ ହେବାକୁ ଚାହାନ୍ତି। ସମସ୍ତେ ନିଜର ଆର୍ଥିକ ଅଭିବୃଦ୍ଧି  ସହ ଭବିଷ୍ୟତ ଯୋଜନା କରିଥାନ୍ତି। ହେଲେ ସର୍ବଦା ମନମୁତାବକ କି ସଠିକ ପରିଶ୍ରମିକ ମିଳିନଥାଏ। ଯେଉଁଥିପାଇଁ ମଣିଷ ଅଭାବଅନାଟନ ମଧ୍ୟରେ ରହିଥାଏ। ତେବେ ଏହି ସବୁର କାରଣ ବସ୍ତୁ  ସମସ୍ୟା ମଧ୍ୟ ହୋଇପାରେ। ଏହି ସବୁ ଅସୁବିଧାର ସମାଧାନ ପାଇଁ ଯଦି ଆମେ କିଛି ଜିନିଷର ପରିବର୍ତନ କରିବା ତେବେ ଆମେ ଧନବାନ ହୋଇପାରିବ। ଚିନ୍‌ର ବାସ୍ତୁଶାସ୍ତ୍ର ପେଙ୍ଗଶୁଇର ୩ଟି ଏପରି ଜିନିଷ ବିଷୟରେ କହିବୁ, ଯାହାକୁ ଘରେ ରଖିଲେ ଆପଣଙ୍କୁ ଆଶାନୁରୂପ ସଫଳତା  ମିଳିବ। ଏହି ୩ଟି ଜିନିଷକୁ ଘରେ ରଖିଲେ ଦୁର୍ଭାଗ୍ୟ ତୁରନ୍ତ ପିଛା ଛାଡ଼ିଦିଏ ଓ ବ୍ୟକ୍ତିର ଧନ ବୃଦ୍ଧି ହେବାକୁ ଲାଗେ।

 ଧାତୁ ନିର୍ମିତ କଇଁଛ

ଫେଙ୍ଗଶୁଇରେ ଧାତୁରେ ତିଆରି ହୋଇଥିବା କଇଁଛର ବେଶ୍ ଅଧିକ ମହତ୍ତ୍ୱ ରହିଛି। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ଘରର ମୁଖ୍ୟ କକ୍ଷରେ ଏହି ଧାତୁ ନିର୍ମିତ କଇଁଛ ରୁହେ, ତାଙ୍କ ଘରେ ସୁଖ, ଶାନ୍ତି  ବିରାଜମାନ ହେବା ସହ  ଘରର ଉନ୍ନତି ହେବାକୁ ଲାଗେ।

 ପିରାମିଡ୍

ଘରେ ଧାତୁ ନିର୍ମିତ ପିରାମିଡ ରଖିଲେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଫଳରେ ସମସ୍ତ କାମରେ ସଫଳତା ମିଳିଥାଏ। ବେପାରରେ ଉନ୍ନତି ଓ ଚାକିରୀରେ ପଦୋନ୍ନତି ମଧ୍ୟ ହୋଇଥାଏ।

 ଧଳା ପଥର

ପେଙ୍ଗଶୁଇ ଅନୁୟାୟୀ ଘରେ ଧଳା ପଥର ରଖିଲେ ବ୍ୟକ୍ତି ଧନବାନ୍ ହୋଇଥାଏ। ଓ କୌଣସି କାମରେ ବାଧା ବିଘ୍ନ ସୃଷ୍ଟି ହେବା ବନ୍ଦ ହୋଇଯାଏ।  ଘରର ଧନ ସମ୍ପତ୍ତି ବୃଦ୍ଧି ହେବାକୁ ଲାଗେ। କେବଳ ଏତିକି ନୁହେଁ ସମାଜରେ ଆପଣଙ୍କୁ ସମ୍ମାନ ମଧ୍ୟ ମିଳିବ।

Related posts

ପ୍ରେମ ଏବଂ ନିବିଡତା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି କି? ତେବେ ଘରର ଏହି ସ୍ଥାନରେ ରଖନ୍ତୁ ଲାଫିଂ ବୁଦ୍ଧା ମୂର୍ତ୍ତି !

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Ratnamani Moharana

Leave a Comment