LIFESTYLE

ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ ଆପଣ ମାନେ ଜାଣିଥିବେ ମେଥିର ବ୍ୟବହାର ପୁରାତନ କାଳରୁ ରହି ଆସିଛି । ଏହା ଅନେକ ରୋଗକୁ ହରଣ କରିଥାଏ ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ , ସୌନ୍ଦର୍ଯ୍ୟ ବଢାଇବାରେ ମେଥି ବହୁତ ସହାୟକ ହୋଇଥାଏ । ତେବେ ଜାଣନ୍ତୁ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ ।

-ଆସନ୍ତୁ ଜାଣିବା-

  • ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ , ଚର୍ମକୁଂଚନ, ବ୍ଲାକ୍ ହେଡସ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ପୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ । ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ । ଏହାକୁ ଲଗାଇବା ପରେ ପ୍ରାୟ ୨୦ ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ବଢିଯିବ ।
  • ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ ବାଳ ଝଡିବା କମି ଯାଇଥାଏ । ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ ଚୁଟି କଳା ହେବା ସହ ଘନ ହୋଇଥାଏ ।
  • ଗୋଟିଏ ଚାମଚ୍ ଲମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ ।
  • ନିଜର ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥି ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ରକ୍ଷା କରିଥାଏ । ତେବେ ମେଥିର ବ୍ୟବହାର ପୂର୍ବରୁ ତାକୁ ପାଣିରେ ଭିଜାଇ ରଖନ୍ତୁ ।
  • ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ । ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି ବାନ୍ତି ଲାଗିବା, ଭଲରେ ନିଦ ନହେବା ପରି ସମସ୍ୟାକୁ ଏହା ଦୂର କରିଥାଏ ।
  • ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ । ଏହାବାଦ୍ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ ।ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ପଢନ୍ତୁ, ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

Related posts

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଜମିରହିଥାଏ ଷ୍ଟୋନ୍‌!

ENO Beuro

ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

ENO Beuro

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

ENO Beuro

1 comment

Leave a Comment