Featured

ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାର୍ଜ୍ୟ ମେଥି ର ଦରକାରୀ ଓ ଉପଚାରି ଗୁଣ

ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାର୍ଜ୍ୟ ମେଥି ର ଦରକାରୀ ଓ ଉପଚାରି ଗୁଣ

ମେଥି ର ବ୍ୟବହାର ପୁରାତନ କାଳରୁ ରହି ଆସିଛି । ଆୟୁର୍ବେଦରେ ଏହାର ଭୂମିକା ଅନନ୍ୟ । ଅନେକ ରୋଗକୁ ହରଣ କରିଥାଏ ମେଥି । ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ , ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଜାଣନ୍ତୁ ନିତ୍ୟ ବ୍ୟବହାର୍ଜ୍ୟ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ ।

• ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ , ଚର୍ମକୁଂଚନ, ବ୍ଲାକ୍ ହେଡସ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ପୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ । ଆହୁରି ମଧ୍ୟ ମେଥିକୁ ବାଟି ତାକୁ ଲଗାଇ ପାରିବେ । ଏହାକୁ ଲଗାଇବା ପରେ ପ୍ରାୟ ୨୦ ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ବଢିଯିବ ।

• ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥିକୁ ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ ବାଳ ଝଡିବା କମି ଯାଇଥାଏ । ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ ଚୁଟି କଳା ହେବା ସହ ଘନ ହୋଇଥାଏ ।

• ଗୋଟିଏ ଚାମଚ୍ ଲମ୍ବୁ ରସ, ମହୁ ସହ ମେଥିକୁ ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ ।

• ନିଜର ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥିକୁ ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ରକ୍ଷା କରିଥାଏ । ତେବେ ମେଥିର ବ୍ୟବହାର ପୂର୍ବରୁ ତାକୁ ପାଣିରେ ଭିଜାଇ ରଖନ୍ତୁ ।

• ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ । ଏହାବାଦ୍ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ ।

ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାର୍ଜ୍ୟ ମେଥି ର ଦରକାରୀ ଓ  ଉପଚାରି ଗୁଣ

ଆସନ୍ତୁ ଜାଣିବା ଲେମ୍ବୁ ର କେତେଟା ଦରକାରୀ ଗୁଣ ବିଷୟରେ

Related posts

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

ENO Beuro

ଆସନ୍ତୁ ଜାଣିବା ଜିଓର ସିକ୍ରେଟ୍ ନମ୍ବର,ଅସୁବିଧା ସମୟରେ କାମରେ ଆସିପାରେ

ENO Beuro

2 comments

Leave a Comment