EnewsOdia.Com

ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ । ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ଆରମ୍ଭ ହୋଇସାରିଛି । ଆଜି ସ୍ପଷ୍ଟ ହୋଇଯିବ ଦିଲ୍ଲୀରେ କାହାର ଚାଲିବ ରାଜ, କିଏ ଦଖଲ କରିବ ଦିଲ୍ଲୀ । ଆଜି ସକାଳ ୮ଟାରୁ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇସାରିଛି । ୭୦ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟଗଣନା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧାର ଚାଲିଥିବା ଭୋଟ ଗଣତିରେ କଂଗ୍ରେସ ଓ ବିଜେପି ଠାରୁ ଆମ୍‌ ଆଦମୀ ପାର୍ଟି ଖୁବ୍ ଆଗର ରହିଛି । ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏଯାବତ୍ ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍ ୫୩ଟି ଆସନରେ, ବିଜେପି ୧୬ଟି ଆସନ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି ।

ପ୍ରାଥମିକ ଟ୍ରେଣ୍ଡକୁ ଦେଖି ଆପ୍ ଶିବିରରେ ଉତ୍ସବର ମାହୋଲ । ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଅଲ ଦ ବେଷ୍ଟ ଲେଖିଛନ୍ତି ଆପ୍ ସମର୍ଥକ । ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି ।  ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବେଲୁନରେ ସଜାଇଛନ୍ତି କାର୍ଯ୍ୟକର୍ତ୍ତା ।

ପଢନ୍ତୁ:  ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର

ସମ୍ବନ୍ଧିତ ଖବର

ଫାଶୀ ଖବର ଶୁଣି ଭୟଭୀତ ହୋଇପଡ଼ିଛନ୍ତି ୪ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

କଟକରେ ରୁଚି-ଫ୍ରୋଜିଟର ନୂଆ ଆଉଟଲେଟ ଉଦଘାଟିତ

Ratnamani Maharana

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

Ratnamani Maharana

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana

ଦୁଲୁକୁଛି ବିଜେପୁର ପ୍ରଚାର ମଇଦାନ, ଆଜି ସରିବ ପ୍ରଚାର

Ratnamani Maharana

୨୩ରୁ ପୁଣି ଲେଉଟିବ ଶୀତ

Ratnamani Maharana