Entertainment

ଫିଲ୍ମ ଫ୍ରାଇଡେ:ସାମ୍ନାସାମ୍ନି ହେଲେ ସୈଫ୍‌-ଶରମାନ

ସାମ୍ନାସାମ୍ନି ହେଲେ ସୈଫ୍‌-ଶରମାନ । ପ୍ରତିଦ୍ଵନ୍ଦୀ ଭାବେ ପ୍ରତିଯୋଗୀତା ନୁହେଁ ବରଂ ଫିଲ୍ମକୁ ନେଇ ଉଭୟଙ୍କ ମଧ୍ୟ ହେବ କଡା ଟକ୍କର। ପ୍ରତୀକ୍ଷିତ ଗୌରବ ଚାଓ୍ବଲାଙ୍କ ‘ବାଜାର’ ସହ ଧୀରଜ କୁମାରଙ୍କ ‘କାଶୀ ଇନ୍‌ ସର୍ଚ୍ଚ ଅଫ୍‌ ଗଙ୍ଗା’ ଆଜି ପରଦାକୁ ଆସିଛି । ଉଭୟ ଫିଲ୍ମର ନିଆରା କାହାଣୀ ସହ ସୈଫ୍‌ ଅଲି ଖାଁ ଓ ଶରମାନ ଜୋଷୀଙ୍କ ଭଳି ଷ୍ଟାର୍‌କାଷ୍ଟ୍‌ ଦର୍ଶକଙ୍କୁ ଏହି ଫିଲ୍ମ ପ୍ରତି ଆକୃଷ୍ଟ କରିବ।

sarman

ପାଓ୍ବାର, ମନି, ବିଜ୍‌ନେସ୍‌ ଭଳି ୩ ବ୍ୟାକ୍‌ଡ୍ରପ୍‌କୁ ନେଇ ପରଦାକୁ ଆସିବ ରୋମାଞ୍ଚଭରା ଫିଲ୍ମ ‘ବାଜାର’। ବମ୍ବେ ଷ୍ଟକ୍‌ ମାର୍କେଟ୍‌ ଉପରେ ଆଧାରିତ ଏହି ଫିଲ୍ମ ଏକ ବିଜ୍‌ନେସ୍‌ କ୍ରାଇମ୍‌ ଡ୍ରାମା ଫିଲ୍ମ। ଏହାର ନିର୍ଦ୍ଦେଶନା ଗୌରବ କେ. ଚାଓ୍ବଲା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ନିଖିଲ ଆଡଭାନୀ, ଅସୀମ ଆରୋରା ଓ ପରଭେଜ୍‌ ଶେଖ୍‌। ଫିଲ୍ମର ଲିଡ୍‌ରେ ସୈଫ୍‌ ଅଲୀ ଖଁାଙ୍କ ସହ ରୋହନ ମେହେରା, ଚିତ୍ରାଙ୍ଗଦା ସିଂ ଓ ରାଧିକା ଆପ୍ଟେ ଦେଖିବାକୁ ମିଳିବେ।

ସେଇଭଳି ବଲିଉଡ୍‌ ସସ୍‌ପେନ୍ସ ଥ୍ରୀଲର୍‌ ଫିଲ୍ମ ‘କାଶୀ ଇନ୍‌ ସର୍ଚ୍ଚ ଅଫ୍‌ ଗଙ୍ଗା’ ମଧ୍ୟ ପରଦାକୁ ଆସୁଛି। ଧୀରଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ‘ଥ୍ରୀ ଇଡିଅଟ୍‌ସ’ ଏବଂ ‘ରଙ୍ଗ୍‌ ଦେ ବସନ୍ତୀ’ ଫେମ୍‌ ସରମନ୍‌ ଜୋଷୀ ଓ ଐଶ୍ୱର୍ଯ୍ୟା ଦେବନ୍‌। ପ୍ରଥମଥର ପାଇଁ ଐଶ୍ୱର୍ଯ୍ୟା ଦେବନ୍‌ ଏହି ଫିଲ୍ମରେ ନିଜର ଡେବ୍ୟୁ ଆରମ୍ଭ କରିଥିବା ବେଳେ ତାଙ୍କୁ ଶରମାନଙ୍କ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।

ପଢନ୍ତୁ;ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

Related posts

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

ENO Beuro

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ENO Beuro

ସୁପ୍ରିମ କୋର୍ଟର ବଡ ନିଷ୍ପତି:ଆଉ ହେବ ନାହଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More