SPORTS

ଫିଫା ମାନ୍ୟତା:ଶୀର୍ଷରେ ଫ୍ରାନ୍ସ

ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। କ୍ରୋଏସିଆକୁ ୨-୪ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍ସ ବିଶ୍ୱକପ୍‌ ଜିତିବା ପରେ ପ୍ରଥମ ଥର ପାଇଁ ଫିଫା ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି।

fifa

ଫ୍ରାନ୍‌ସ ପଛକୁ ବେଲ୍‌ଜିୟମ୍‌, ବ୍ରାଜିଲ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲା ବେଳେ ବିଶ୍ୱକପ୍‌ ଉପବିଜେତା କ୍ରୋଏସିଆ ୨୦ରୁ ଚତୁର୍ଥକୁ ଲମ୍ଫ ଦେଇଛି। ସେହିପରି ୯ ସ୍ଥାନ ଲମ୍ଫ ଦେଇ ଉରୁଗୁଏ ପଞ୍ଚମରେ ପହଞ୍ଚିଥିଲା ବେଳେ ପୂବ ପଦ୍ଧତିରେ ଦ୍ୱାଦଶରେ ଥିବା ଇଂଲଣ୍ଡ ଷଷ୍ଠକୁ ଲମ୍ଫ ମାରିଛି। ଆର୍ଜେଣ୍ଟିନା ଏକାଦଶ ସ୍ଥାନକୁ ଖସିଥିଲା ବେଳେ ବିଶ୍ୱକପ୍‌ ଆୟୋଜକ ରୁଷିଆ ୭୧ରୁ ୨୧ତମ ସ୍ଥାନରେ ପହଞ୍ଚିଯାଇଛି। ତେବେ ନୂଆ ମାନ୍ୟତା ପଦ୍ଧତିରେ ଭାରତ ମଧ୍ୟ ଗୋଟିଏ ସ୍ଥାନ ଲମ୍ଫ ଦେଇ ୯୬ରେ ପହଞ୍ଚିଯାଇଛି। ଷ୍ଟିଫେନ୍‌ କେନ୍‌ଷ୍ଟାଣ୍ଟିନେଙ୍କ ଦଳ ଜର୍ଜିଆ ସହିତ ଏହି ସ୍ଥାନରେ ଯୁଗ୍ମ ଭାବେ ରହିଛି।

ପଢନ୍ତୁ;ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

Related posts

ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

ENO Beuro

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ENO Beuro

ଆଜି ଦ୍ୱିତୀୟ ଟି-୨୦: ରୋହିତ ବାହିନୀର ସିରିଜ ଲକ୍ଷ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More