• Home
  • SPORTS
  • ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ
SPORTS

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

ଫାଇନାଲ୍‌ରେ କ୍ରୋଏସିଆ

ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ଫାଇନାଲରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ଜିତି ଫ୍ରାନ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବୁଧବାର ୨ୟ ସେମିଫାଇନାଲରେ ଅତିରିକ୍ତ ସମୟରେ ଇଂଲଣ୍ଡକୁ ୨-୧ ଗୋଲ୍‍ରେ କ୍ରୋଏସିଆ ପରାସ୍ତ କରିଛି।

ମ୍ୟାଚ ହାରିବା ପରେ ଇଂଲଣ୍ଡ ଟିମ ୫ ଦଶନ୍ଧିରୁ ଅଧିକ ସମୟ ପରେ ବି ଫାଇନାଲରେ ସ୍ଥାନ ରଖିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଇଂଲଣ୍ଡ ପ୍ରଥମ ଥର ପାଇଁ ୧୯୬୬ରେ ଫାଇନାଲକୁ ପହଞ୍ଚି ଚମ୍ପିଅନ ହୋଇଥିଲା । ବିଶ୍ୱକପ ସେମିଫାଇନାଲରେ ଏହା ହେଉଛି ୧୮ତମ ଘଟଣା, ଯାହାକି ମଧ୍ୟାନ୍ତର ପର୍ଯ୍ୟନ୍ତ ଯାଇଥିବା ଟିମକୁ ହାରିବାକୁ ପଡ଼ିଛି । ଏହା ପୂର୍ବରୁ ୧୯୯୦ରେ ଇଟାଲିର ଟିମ ଆର୍ଜେଣ୍ଟିନା ବିରୋଧରେ ପେନାଲଟି ସୁଟଆଉଟରେ ହାରିଥିଲେ । କ୍ରୋଏସିଆ ୧୯୯୮ରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲା।

ପୂର୍ବରୁ ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ୧-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଦୀର୍ଘ ୧୨ ବର୍ଷ ପରେ ଫ୍ରାନ୍ସ ୨୧ତମ ଫୁଟବଲ ମହାକୁମ୍ଭର ଫାଇନାଲରେ ପହଞ୍ଚି ପାରିଛି । ପୂର୍ବରୁ ୧୯୯୮ ଓ ୨୦୦୬ରେ ଫାଇନାଲରେ ସ୍ଥାନ ପାଇଥିଲା । ଏହି ମ୍ୟାଚର ଏକମାତ୍ର ଗୋଲ ୫୧ ମିନିଟରେ ଆସିଥିଲା ।

ସାମୁଏଲ ଉମଟିଟିଙ୍କ ଦ୍ୱାରା ଏହି ଗୋଲ ହୋଇଥିଲା । ଫ୍ରାନ୍ସର ଓଲିଭରଙ୍କୁ ବକ୍ସରେ ବଲ ମିଳିଥିଲା । ଏହାକୁ ଜାଲ ଭିତରେ ପକାଇବାକୁ ସେ ଉଦ୍ୟମ କରିଥିଲେ କିନ୍ତୁ ବେଲଜିୟମ ଡିଫେଣ୍ଡର ବଲକୁ ନେଇ ଯାଇଥିଲେ । ଫ୍ରାନ୍ସକୁ କର୍ଣ୍ଣର ମିଳିଥିଲା, ଯାହାକୁ ଆଣ୍ଟୋନୀ ଗ୍ରୀଜମ୍ୟାନ ନେଇ କିକ କରିଥିଲେ । ଉମଟିଟି ହେଡର ଜରିଆରେ ଗୋଲ ଦେଇ ଫ୍ରାନ୍ସକୁ ୧-୦ରେ ଅଗ୍ରଣୀ କରିଥିଲେ।

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ francee

ପଢନ୍ତୁ; ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Related posts

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

Krishna Kumar Manoj

ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବା କୋହଲିଙ୍କ ମହମ ପ୍ରତିମୂର୍ତି

Krishna Kumar Manoj

ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More