POLITICALS

ପୁଣି ୧୫ ଟିକସ୍‌ ଅଧିକାରୀଙ୍କୁ ତଡିଲେ ମୋଦି

Mm

ଦୁର୍ନୀତି ଉପରେ ମୋଦି ସରକାରଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ନା ଖାଉଙ୍ଗା ନା ଖାନେଦୁଙ୍ଗା ପ୍ରତିଶ୍ରୁତିକୁ ପୁରା କରିବାକୁ ବର୍ତ୍ତମାନ ଆକ୍ସନ ମୋଡରେ ମୋଦି ସରକାର। ଭ୍ରଷ୍ଟାଚାର ପାଇଁ ଆୟକର ବିଭାଗର ୧୨ ବରିଷ୍ଠ ଅଧିକାରୀଙ୍କୁ ତଡିଥିଲେ ମୋଦି। ବର୍ତ୍ତମାନ ଏହି ତାଲିକା,ରେ ଯୋଡି ହୋଇଛନ୍ତି ଆଉ ୧୫ ଅଧିକାରୀ। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି କମିଶନର ରାଙ୍କର ଅଫିସର ରହିଛନ୍ତି। ଜେନେରାଲ ଫାଇନାନ୍ସ ରୁଲ୍ସ ଅଫ୍‌ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସର୍ଭିସର ନିୟମ ୫୬(ଜେ) ଆଧାରରେ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଛି। ଏହି ତାଲିକାରେ ସିବିଆଇସିର ପ୍ରିନ୍ସିପାଲ କମିଶନର ଅନୁପ ଶ୍ରୀବାସ୍ତବ  ରହିଛନ୍ତି। ସଂସାର ଚାନ୍ଦ, ଜି ଶ୍ରୀ ହର୍ଷ, ବିନୟ ବ୍ରିଜ ସିଂହ, ଅଶୋକ ଆର ମହିଦା, ବୀରେନ୍ଦ୍ର ଅଗ୍ରୱାଲ, ଅମରେଶ ଜୈନ, ନଳୀନ କୁମାର, ଏସ୍‌ଏସ୍‌ ପବନା, ଏସ୍‌ଏସ୍‌ ବିଷ୍ଟ, ବିନୋନ୍ଦ କେଆର ସାଙ୍ଗା, ରାଜୁ ସେକର, ଅଶୋକ କୁମାର ଅସୱାଲ ଓ ମହମ୍ମଦ ଅଲତାଫଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଛି।
ପଢନ୍ତୁ: ୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Related posts

ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

Ratnamani Moharana

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା

ENO Beuro

Leave a Comment