Loading...

ଆଜି ଶେଷ ଲଢେଇ, ୯୭୫ ପଞ୍ଚାୟତରେ ପଡୁଛି ଭୋଟ

ଆଜି ଶେଷ ଲଢେଇ, ୯୭୫ ପଞ୍ଚାୟତରେ ପଡୁଛି ଭୋଟ

ଆଜି(ଗୁରୁବାର) ସରିବ ପଞ୍ଚାୟତର ମହାପର୍ବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି ।

ଆଜି(ଗୁରୁବାର) ସରିବ ପଞ୍ଚାୟତର ମହାପର୍ବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି । ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତରେ ମତଦାନ ଆରମ୍ଭ ହୋଇଛି । ୧୩,୫୧୪ଟି ବୁଥ୍‌ରେ ଭୋଟ ଦେଉଛନ୍ତି ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ମତଦାତା ।ମୋଟ ୮୫୩ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ଶେଷ ପର୍ଯ୍ୟାୟରେ ୧୩୧ଟି ଜୋନରେ ଭୋଟ ପଡୁଛି । ପଞ୍ଚମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ୫୨୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ଅପରାହ୍ନ ୧ଟା ଯାଏଁ ଚାଲିବ । ଏନେଇ ବିଭିନ୍ନ ବୁଥ୍‌ ଆଗରେ ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି ।

ଶେଷ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ରାଜ୍ୟର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଭୋଟଗ୍ରହଣ ଚାଲିଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ବିଭାଗ । ସେହିପରି ପ୍ରାୟ ଏକ ଦଶନ୍ଧି ପରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ମତଦାନ ଚାଲିଛି । ଏଥର ସ୍ବାଭିମାନ ଅଞ୍ଚଳର ୫ଟି ପଞ୍ଚାୟତର ୧୦୬ଟି ବୁଥରେ ମତଦାନ କରୁଛନ୍ତି ମତଦାତା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.