POLITICALS

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଦଳ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ  ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ବୈଜୟନ୍ତଙ୍କ  ବିପକ୍ଷରେ ଅନୁଭବଙ୍କୁ ମଇଦାନକୁ ଛାଡ଼ିଲା ବିଜେଡି ତେବେ କେନ୍ଦ୍ରାପଡାରେ ହେବାକୁ ଯାଉଛି ଆକ୍ଟର ଓ ହେଲିକପ୍ଟର  ଲଢେଇ। ଅନୁଭବ ଓଡିଶାର ପ୍ରତ୍ୟକ୍ଷ ଅଭିନେତା ହୋଇଥିବାବେଳେ ବୈଜୟନ୍ତ ପଣ୍ଡା ଏବେ ଏବେ ତାଙ୍କ ହେଲିକପ୍ଟର ଗସ୍ତ ପାଇଁ ହୋଇଥିଲେ ସମାଲୋଚିତ । 

ବୈଜୟନ୍ତଙ୍କ ପାରିବାରିକ ପ୍ରଯୋଜନା ସଂସ୍ଥାର ୪ ସିନେମାର ନାୟକ ଅନୁଭବ ଏବେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ

୨୦୧୫ରୁ ୨୦୧୮ ଯାଏଁ ଭାଜପା ପ୍ରାର୍ଥୀ ତଥା ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ଚାରିଟି ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’, ‘ଅଭୟ’, ଓ  ‘ପ୍ରେମ କୁମାର:ସେଲ୍ସମ୍ୟାନ୍‌ ଅଫ୍‌ ଦ ଇୟର’ ଆଦି ସିନେମାରେ ଅଭିନୟ କରିଥିଲେ। ତେବେ ଏହି ଦୃଷ୍ଟିରୁ ଅନୁଭବ ପ୍ରକାରାନ୍ତରେ ତାଙ୍କର ଜଣେ ପୁରୁଣା ପ୍ରଯୋଜକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି।
ପଢନ୍ତୁ: ଡିଆରଡିଓ ମୁଖ୍ୟଙ୍କ ଖୁଲାସା : ୨୦୧୨ ରେ ଉପା ସରକାର ଦେଇନଥିଲା ଅନୁମତି

Related posts

ପାକିସ୍ଥାନ ନିର୍ବାଚନ: ଭୋଟ ଗଣତି ଜାରି, ଇମ୍ରାନ୍‌ ଖାନ ହେବେ ପ୍ରଧାନମନ୍ତ୍ରୀ

ENO Beuro

ହାତ ଧରିଲେ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଧେ

ENO Beuro

ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

Ratnamani Moharana

1 comment

Leave a Comment