EnewsOdia.Com

କଥା କହିଲେ ଉଡିବ ଯୁଦ୍ଧ ବିମାନ

କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗକୁ ଦୃଢ କରିବା ପାଇଁ ବହୁ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କିଭଳି ଆମର ଯବାନ ମାନେ ଶତ୍ରୁ ମାନଙ୍କ ସହ ଲଢିପାରିବେ ସେନେଇ ନୂଆ ନୂଆ ଯୁଦ୍ଧ ବିମାନ ଓ ସରଞ୍ଜାମ ତିଆରୁ କରୁଛନ୍ତି ସରକାର । ଏଣିକି ଆଉ ଯୁଦ୍ଧ ବିମାନକୁ କକ୍ ପିଟ୍ରେ ବସି ନିୟନ୍ତ୍ରଣ କରିବାକୁ ପଡିବ ନାହିଁ । ଭାରତ ନିଜ ଜ୍ଞାନ କୌଶଳ ଦ୍ୱାରା ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍ ପ୍ରସ୍ତୁତ କରିପାରିଛି । ହିନ୍ଦୁସ୍ତାନ ଏରୋନ୍ୟୁଟିକାଲ ଲିମିଟେଡ୍ ର ବୈଜ୍ଞାନିକ ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ଏକ୍ସପୋରେ ଏହାକୁ ପ୍ରର୍ଦଶନ କରାଯିବ ।

ଏହି ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍ ଦ୍ୱାରା ପାଇଲଟଙ୍କ କଥା ଅନୁସାରେ ଯୁଦ୍ଧ ବିମାନ ଗୁଡିକ ସଂଗେ ସଂଗେ ଶତ୍ରୁ ମାନଙ୍କ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ହେବ । ଏହା ଦ୍ୱାରା ଭବିଷ୍ୟତରେ ପାଇଲଟ ମାନଙ୍କୁ ଯୁଦ୍ଧ କରିବାରେ ସହଜ ହେବ । ଏହି ସିଷ୍ଟମ ନାସିକ୍ ଡିଭିଜନରେ ଯୁଦ୍ଧ ବିମାନ ସୁଖୋଇ-୩୦ କକ୍ ପିଟ୍ରେ ବ୍ୟବହାର କରାଯାଇଛି । ଏହି ସିଷ୍ଟମକୁ ଏଚଏଏଲର ବେଙ୍ଗାଲୁରୁ, ଲକ୍ଷ୍ନୌ ଡିଭିଜନ୍ ସହିତ ଅନ୍ୟ ଡିଭିଜନ୍ ସହାୟତା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି ।

ପଢନ୍ତୁ: ଚୀନର ରାସ୍ତାରୁ ମିଳୁଛି କରୋନା ରୋଗୀଙ୍କ ମୃତ ଦେହ

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Ratnamani Maharana

ଖୁବଶୀଘ୍ର ବଜାରରେ ମିଳିବ ନୂଆ ଟଙ୍କିକିଆ ନୋଟ

Ratnamani Maharana

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

Ratnamani Maharana

ଯୁକ୍ତ୨ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବାକୁ ୨୪ ଘଣ୍ଟା ସମୟ ଦେଲେ ବିଭାଗୀୟ କର୍ତ୍ତୃପକ୍ଷ

Ratnamani Maharana

ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

Ratnamani Maharana