Loading...

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲା ସହରରେ ଖେଳାଯିବ।ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକଟ କିଣିବା ସହିତ ଏହାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରଥମ ଟିକଟ ପ୍ରଦାନ କରିଥିଲେ। ଗୁରୁବାର ଅପରାହ୍ଣ ୧ଟା୩୦ରୁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ କରାଯିବ।

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲା ସହରରେ ଖେଳାଯିବ। ପ୍ରତିଯୋଗିତାକୁ ଆଉ ୫୦ ଦିନ ରହିଛି। ଏଥିପାଇଁ ଅନ୍‌ଲାଇନ୍‌ ଟିକଟ ବିକ୍ରି ଗୁରୁବାରଠାରୁ ଆରମ୍ଭ ହେବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକଟ କିଣିବା ସହିତ ଏହାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରଥମ ଟିକଟ ପ୍ରଦାନ କରିଥିଲେ। ଗୁରୁବାର ଅପରାହ୍ଣ ୧ଟା୩୦ରୁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ କରାଯିବ।
ଟିକଟ ପେଟିଏମର ଡବ୍ଲୁଡବ୍ଳୁଡବ୍ଲୁ.ଇନସାଇଡର୍‌.ଇନରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ ସଂଗ୍ରହ କରିପାରିବ। ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ହକିପ୍ରେମୀ ଉକ୍ତ ବୁକିଂ ରସିଦ୍‌କୁ ଦେଖାଇ ଧାର୍ଯ୍ୟ କରା ଯାଇଥିବା ତାରିଖରେ ଷ୍ଟାଡିୟମରୁ ଟିକଟ ସଂଗ୍ରହ କରିପାରିବେ। ଭାରତ ଖେଳିବାକୁ ଥିବା ମ୍ୟାଚ ଲାଗି ପଶ୍ଚିମ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୪୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୨୦୦ ଟଙ୍କା ରହିଛି। ଭାରତ ଖେଳୁନଥିବା ଅନ୍ୟ ମ୍ୟାଚ୍‌ ପାଇଁ ପଶ୍ଚିମ ଷ୍ଟାଣ୍ଡ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୨୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ କ୍ରମାଗତ ଭାବେ ୨ୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବାକୁ ଯାଉଛି। ୨୦୧୮ରେ ହକି ବିଶ୍ବକପ କେବଳ ଭୁବନେଶ୍ବରରେ ଖେଳା ଯାଇଥିବା ବେଳେ ୨୦୨୩ର ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲା ସହରରେ ଖେଳାଯିବ। ଏଥିପାଇଁ ରାଉରକେଲାରେ ବିଶ୍ବସ୍ତରୀୟ ଓ ଦେଶର ସର୍ବବୃହତ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ​‌େ​‌ଶଷ ପର୍ଯ୍ୟାୟରେ ପହଞ୍ଚିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.