SPORTS

ଆଜିଠୁ ଆରମ୍ଭ ଏଫଆଇଏଚ ପୁରୁଷ ହକି ସିରିଜ୍ ଫାଇନାଲ୍ସ

Kk

ପୁଣି ହକି ପ୍ରେମୀଙ୍କ କୋଳାହଳରେ ପୁରି ଉଠିବ କଳିଙ୍ଗ ଷ୍ଟାଡିୟମ। ଆଜି ସକଳ ୮.୪୫ ମିନିଟରୁ ଆରମ୍ଭ ହୋଇଯାଇଛି ଏଫଆଇଏଚ ପୁରୁଷ ହକି ସିରିଜ୍  ଫାଇନାଲ୍ସ। ଏହି ସିରିଜ ଆୟୋଜକ  ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି।  ୮ ଦଳୀୟ ଏହି ପ୍ରତିଯୋଗିତାରୁ ଦୁଇଟି ଶ୍ରେଷ୍ଠ ଦଳ ହାସଲ କରିବେ ଅଲିମ୍ପିକ୍ସ  ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ୍‌। ଏଥି ପାଇଁ କଳିଙ୍ଗରେ ହେବ ଜୋରଦାର ଲଢ଼େଇ।

ଉଦଘାଟନୀ ମ୍ୟାଚରେ ସାଉଥ ଆଫ୍ରିକା ଓ ଆମେରିକା   ମଧ୍ୟରେ ହେବ ଟକ୍କର । ସେହିପରି ସନ୍ଧ୍ୟାରେ ଋଷିଆକୁ ଭେଟିବ ଆୟୋଜକ ଭାରତ । ସବୁ ଦଳ ନୂଆ ଷ୍ଟ୍ରେଟେଜି ସହ ପଡିଆକୁ ଓହ୍ଲାଇବେ ନିଶ୍ଚିତ । ଜାପାନ ଆୟୋଜକ ଦେଶ ଭାବେ ଅଲିମ୍ପିକ ଖେଳିବାକୁ ଥିବା ବେଳେ ଅନ୍ୟ ୭ଟି ଦେଶ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛନ୍ତି । ଜାପାନ ସହ ଟୁର୍ଣ୍ଣାମେଣ୍ଟର ଦୁଇଟି ବେଷ୍ଟ ଟିମ୍ ଅଲିମ୍ପିକ୍ସ ପାଇଁ କ୍ବାଲିଫାଏ କରିବେ । ମ୍ୟାଚ୍ ଦେଖିବା ପାଇଁ ଇଷ୍ଟ ଓ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ଥିବା ବେଳେ ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ରହିଛି ୧୦୦ ଟଙ୍କା ।

ପଢନ୍ତୁ: ଫନିଠୁ ବଳିଗଲା କାଳବୈଶାଖୀ

Related posts

ଦ୍ୱିତୀୟ ଦିନିକିଆ: ଆଜି ବିଶାଖାପାଟନାରେ ହେବେ ଭାରତ-ୱେଷ୍ଟଇଣ୍ଡିଜ୍‌ ମୁହାଁମୁହିଁ

ENO Beuro

ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ,୭ ୱିକେଟରେ ହାରିଲା ଭାରତ

ENO Beuro

Leave a Comment