21.7 C
Bhubaneswar
October 29, 2020
EnewsOdia.Com
ଦେଶ ବିଦେଶ ରାଜନୀତି

ଯେକୌଣସି ମୁହୁର୍ତ୍ତରେ ସୋନିଆ ଓ ରାହୁଲ ହରାଇବେ ଭାରତୀୟ ନାଗରିକତା

ରାହୁଲ ଗାନ୍ଧୀଙ୍କ ନାଗରିକତ୍ବ ନେଇ ବିବାଦ ବହୁ ପୁରୁଣା । ଗତ ବର୍ଷ ୩୦ଅପ୍ରେଲରେ କଥିତ ଭାବେ ୨୦୧୫ରେ ନାଗରିକତା ବିବାଦ ନେଇ ରାହୁଲ ଗାନ୍ଧୀଙ୍କୁ ଗୃହ ବିଭାଗ ନୋଟିସ୍‌ ଜାରି କରିଥିଲା । ପରେ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଦେଶର ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ତୁଚ୍ଛ ମାନିଥିଲେ ।ଗାନ୍ଧୀ ପରିବାରକୁ ପୁଣି ଟାର୍ଗେଟ କରିଛନ୍ତି ସୁବ୍ରମଣ୍ୟମ୍‌ ସ୍ବାମୀ । ତେବେ ଏଥର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଓ ତାଙ୍କ ପୁଅଙ୍କ ନାଗରିକତାକୁ ନେଇ ଏଥର ଟାର୍ଗେଟ କରିଛନ୍ତି । ଖୁବଶୀଘ୍ର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଜର  ଭାରତୀୟ ନାଗରିକତା ହରାଇବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ବାମୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟେବୁଲ୍‌ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଇଲ୍‌ ପଡିରହିଛି । ଖୁବଶୀଘ୍ର ଏନେଇ ଆଇନଗତ ପଦକ୍ଷେପ ନିଆଯିବ ।ଯେକୌଣସି ସମୟରେ ଉଭୟ ମାଆ ଓ ପୁଅ ଭାରତୀୟ ନାଗରିକତା ହରାଇ ପାରନ୍ତି । କାରଣ ଭାରତୀୟ ସମ୍ବିଧାନ ଆଇନନୁସାରେ ଦୁଇ ଜଣ ନିୟମ ପାଳନ କରିନାହାନ୍ତି ।

ପଢନ୍ତୁ: ଏବେ ଦକ୍ଷୀଣ କୋରିଆରେ କାୟା ମେଲାଉଛି କରୋନା

Related posts

‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

Ratnamani Maharana

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

Ratnamani Maharana

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More