Celebs News

ମିକାଙ୍କ ପରେ ଏବେ ସଲମାନ୍ ଖାନଙ୍କୁ ମଧ୍ୟ ହୋଇପାରନ୍ତି ବ୍ୟାନ୍

Salman Ban 1

ଭାରତ-ପାକିସ୍ତାନର ଶତ୍ରୁତା ଗମ୍ଭୀର ସ୍ଥିତିରେ ଥିବାବେଳେ ଗତ ସପ୍ତାହରେ କରାଚି ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ  ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (AICWA) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ବ୍ୟାନ୍‌ କରିଦେଇଛନ୍ତି। ଅବଶ୍ୟ ମିକା ନିଜର ଭୁଲ ପାଇଁ ପଶ୍ଚାତାପ କରିଛନ୍ତି ଓ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।

ବର୍ତ୍ତମାନ ଖବର ଆସୁଛି ଯେ ସଲମାନ୍ ଖାନ୍‌ଙ୍କ  ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇ ପାରେ। କମିଟିର ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ବି ସେଲେବ୍ରିଟି ମିକାଙ୍କ ସହ କାମ କରିବେ ତେବେ ତାଙ୍କୁ ମଧ୍ୟ ବ୍ୟାନ୍‌ କରାଯିବ। ଏହା ସତ୍ତ୍ୱେ ସଲମାନ ଆସନ୍ତା ସପ୍ତାହରେ ମିକାଙ୍କ ସହ ଆମେରିକାରେ ଏକ ପ୍ରୋଗ୍ରାମ କରିବାକୁ ଯାଉଛନ୍ତି। ଏହା ଆମେରିକାର ଭିନ୍ନ ଭିନ୍ନ ସହରରେ ଆୟୋଜିତ ହେବ। ଏହି ପ୍ରୋଗ୍ରାମର ନାଁ ରହିଛି, ‘ଅପ, କ୍ଲୋଜ ଆଣ୍ଡ ପର୍ସନଲ ୱିଥ୍‌ ସଲମାନ ଖାନ୍‌’।  ସୋହେଲ ଖାନ୍‌ଙ୍କ ଇଭେଣ୍ଟ କମ୍ପାନୀ ଜର୍ଡି ପଟେଲଙ୍କ ସହ ମିଶି ଏହି ପ୍ରୋଗ୍ରାମର ଆୟୋଜନ କରୁଛି। ତେବେ ସୂଚନା ଅନୁଯାୟୀ ମିକା ସିଂହ ଅଗଷ୍ଟ ୨୮ରେ ହୋଷ୍ଟନରେ ହେବାକୁ ଥିବା ପ୍ରୋଗ୍ରାମରେ ସାମିଲ ହେବେ।

Salman (1)

ଘଟଣା ସମ୍ପର୍କରେ ଆୟୋଜକ ଜର୍ଡି ପଟେଲଙ୍କୁ ପଚରାଯିବାରୁ ସେ କହିଛନ୍ତି, କିଛି ଲୋକାଲ୍ ପ୍ରମୋଟର ମିକାଙ୍କୁ ନିମନ୍ତ୍ରଣ କରିଛନ୍ତି। ସଲମାନଙ୍କର ମିକାଙ୍କ ସହ କୌଣସି କାର୍ଯ୍ୟକ୍ରମ ମଧ୍ୟ କରିବାର ନାହିଁ। ଏପରିକି ସଲମାନ ମିକାଙ୍କ ସହ ମଞ୍ଚରେ ମଧ୍ୟ ରହିବେ ନାହିଁ।

ପଢନ୍ତୁ: ପାକିସ୍ତାନୀ ବିବାହରେ ଗୀତ ଗାଇ ଭାରତରେ ବ୍ୟାନ ହେଲେ ମିକା ସିଂହ

Related posts

ସାମ୍ନାକୁ ଆସିଛି ସତ୍ୟ “କ’ଣ ଐଶ୍ଚର୍ଯ୍ୟା ସନ୍ଦୀପ ଙ୍କ ମା “, ଆସନ୍ତୁ ଜାଣିବା

ENO Beuro

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା

ENO Beuro

Shakti Kapoor In Eastern Media Entertainment Opera Show

Jitendra

Leave a Comment