Entertainment

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌’

By ENO Beuro

March 16, 2018

ଅଜୟ ଏବଂ ଇଲିଆନାଙ୍କ କେମିଷ୍ଟ୍ରି ଓ ରୋମାନ୍ସ ଫିଲ୍ମର ଦେଖିବାକୁ ପାଇବେ ଦର୍ଶକ

ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ୍‌ ହେଲା ଅଜୟ ଦେବଗନ୍‌ଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ରେଡ୍‌’ । ‘ପିଙ୍କ୍‌’ ଏବଂ ‘ଏୟାର୍‌ଲିଫ୍ଟ’ ଭଳି ଫିଲ୍ମର କାହାଣୀ ଲେଖିଥିବା ରିତେଶ ଶାହା ଏହି ପିରିଅଡ୍‌ କ୍ରାଇମ୍‌ ଡ୍ରାମାକୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ଗୁପ୍ତା ।

ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍‌ ଓ ତାଙ୍କ ବିପକ୍ଷରେ ଅଛନ୍ତି ଦକ୍ଷିଣ ସୁନ୍ଦରୀ ଇଲିଆନା ଡିକ୍ରୁଜ୍‌ । ସେହିଭଳି ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ସୌରଭ ଶୁକ୍ଳା, ସାନନ୍ଦ ବର୍ମା, ଗାୟତ୍ରୀ ଆୟର, ଅମିତ୍‌ ଶିଆଲ, ମୁକେଶ ସିଂ, ଅକ୍ଷୟ ବର୍ମା ଓ ନୀଲଭ ପାଣ୍ଡେଙ୍କୁ ଦର୍ଶକ ଏଥିରେ ଦେଖିବାକୁ ପାଇବେ ।

ପ୍ରଥମ ଥର ପାଇଁ ଆୟକର ଚଢାଉ ଉପରେ ଏହି ଫିଲ୍ମ ପର୍ଜ୍ୟ ବେଶିତ ହୋଇଛି । ଏହି ଫିଲ୍ମରେ ରହିଛି ଭରପୁର ଥ୍ରୀଲର୍‌ ଓ ଆକ୍ସନ । ୧୯୮୦ ମସିହାରେ ଭାରତୀୟ ରାଜସ୍ଵ ସେବାର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଆୟକର ଚଢ଼ାଉ ଉପରେ ‘ରେଡ୍‌’ର କାହାଣୀ ଆଧାରିତ ହୋଇଛି ।

୧୯୮୦ ମସିହାର କଥା । ଜଣେ ସଚ୍ଚୋଟ ତଥା ନିର୍ଭୀକ ଇନ୍‌କମ୍‌ ଟ୍ୟାକ୍ସ ଅଫିସର ଅମୟ ପଟ୍ଟନାୟକ ହଠାତ୍‌ ଲକ୍ଷ୍ନୌର ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଘରେ ରେଡ୍‌ କରନ୍ତି । ଯାହା କି ସେତେବେଳର ସବୁଠୁ ବଡ ଓ ଚର୍ଚିତ ରେଡ ଭାବେ ପରିଚିତ ।  ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଯାଇ ସତ୍ୟକୁ ସାମ୍ନାକୁ ଆଣିବାର ସବୁପ୍ରକାର ପ୍ରଚେଷ୍ଟା କରନ୍ତି ।

ହେଲେ ଦୁର୍ନୀତିର ଲମ୍ବା ଚେରକୁ ଖୋଜି ପାଇବାରେ ସେ କେତେଦୂର ସଫଳ ହୁଅନ୍ତି ନା ନିରାଶ ହୋଇ ଫେରନ୍ତି, ତାହା ହିଁ ‘ରେଡ୍‌’ର କାହାଣୀ । ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଥିରୁ ଜଣାପଡି ଯାଉଛି କି ଏହି ଫିଲ୍ମ ବକ୍ସ ଅଫିଶରେ ଭଲ ବ୍ୟବସାୟ କରିବ ।

ସବୁଠାରୁ ବଡ଼କଥା ହେଲା, ଏକ ବାସ୍ତବ କାହାଣୀ ଉପରେ ଫିଲ୍ମ ଆଧାରିତ ହୋଇଥିବା ବେଳେ ଜଣେ ସଚ୍ଚୋଟ ଅଫିସରଙ୍କ ରିୟଲ ଲାଇଫ୍‌କୁ ଏଥିରେ ଦର୍ଶାଯାଇଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ ଜାଣନ୍ତୁ