Entertainment

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

By ENO Beuro

September 07, 2018

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ପାଇଥିବା ନୀଳ ମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲକା’ର ପ୍ରିମିୟର ସୋ ତଥା ସ୍ପେଶାଲ ସ୍କ୍ରିନିଂ ଭୁବନେଶ୍ୱର ମହାରାଜା ହଲରେ କରାଯାଇଛି । ଏଥିରେ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ କଳାକାର, ଟେକ୍ନିସିଆନ, ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଓପେପାର ସ୍ପେଶାଲ ଡାଇରେକ୍ଟର ଶାଲିନି ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ।

ବସ୍ତିରେ ରହୁଥିବା ଜଣେ ଆଠ ବର୍ଷର ବାଳକ ଉପରେ ଫିଲ୍ମଟି ନିର୍ମାଣ କରାଯାଇଛି । ସିନେମାଟିରେ ଶିଶୁ କଳାକାର ଭାବେ ତଥାସ୍ତୁ ଅଭିନୟ କରିଥିବା ବେଳେ ଅନ୍ୟ ଭୁମିକାରେ ପାଓଲି ଡାମ୍ ଓ ରଣବୀର ସୋରି ଅଭିନୟ କରିଛନ୍ତି । ଉଭୟ ନିର୍ମାତା ଓ ନିର୍ଦ୍ଦେଶକ ଓଡିଆ ହୋଇଥିବା ବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହା ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ଯଦା ଆଣିଦେବ ବୋଲି ଫିଲ୍ମ ପ୍ରଯୋଜକ କହିଛନ୍ତି।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ