Entertainment

ରିଲିଜ୍‌ ହେଲା ପ୍ରେମ ଓ ବିଚ୍ଛେଦକୁ ନେଇ ଫିଲ୍ମ ‘କବୀର ସିଂହ’

Untitled 1

ଶାହିଦ କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କବୀର୍ ସିଂହ’ ଶୁକ୍ରବାର ମୁକ୍ତିଲାଭ କରିଛି। ପୋଷ୍ଟର ଓ ଟିଜର ରିଲିଜ ହେବା ଦିନରୁ ହିଁ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିଲା ଓ ଦର୍ଶକ ଏହାର ମୁକ୍ତିଲାଭକୁ ନେଇ ଖୁବ୍ ଉତ୍ସାହିତ ଥିଲେ। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖିବାକୁ ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍ବାଦୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଶାହିଦଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ତେବେ ବକ୍ସ ଅଫିସରେ ଏହା ଉଲ୍ଲେଖନୀୟ ଆୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି।

ଫିଲ୍ମରେ ସାହିଦ ମାନେ କବୀର୍‌ ସିଂହ ଆଇଆଇଏମ୍‌ରେ ପଢ଼ୁଛନ୍ତି। ସେ ଭଲ ପାଠ ପଢ଼ିବା ସହ ସବୁ ବିଷୟରେ ମଧ୍ୟ ପାରଙ୍ଗମ। ଏମିତିକି ସେ ତାଙ୍କ କଲେଜ୍‌ର ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ମଧ୍ୟ। କିନ୍ତୁ କବୀର୍‌ଙ୍କ ଗୋଟେ ଗୁଣ ଖରାପ। ଆଉ ସେଟା ହେଲ ସେ ବହୁତ ଶୀଘ୍ର ରାଗି ଯାଆନ୍ତି। ଏତେ ରାଗି ଯାଆନ୍ତି ଯେ, କାହାକୁ ମାରିବାକୁ ମଧ୍ୟ ପଛାନ୍ତି ନାହିଁ।

K
K

ଏହି ସମୟରେ ତାଙ୍କ ଜୀବନରେ ପ୍ରୀତି ଆସନ୍ତି (କିଆରା ଆଡ୍‌ଭାନି)। ତାଙ୍କର ସାଧାସିଧା ଜୀବନ କବୀର୍‌ଙ୍କୁ ବହୁତ ପସନ୍ଦ ଆସେ। କିନ୍ତୁ କିଛି କାରଣ ପାଇଁ ଦୁହେଁ ଅଲଗା ହୋଇ ଯାଆନ୍ତି। ଏହା ପରେ କବୀର୍‌ ବର୍‌ବାଦ୍‌ ହେବା ରାସ୍ତାରେ ଚାଲନ୍ତି। ମଦ ପିଅନ୍ତି ଏବଂ ଏଣେ ତେଣେ ବୁଲନ୍ତି। କିନ୍ତୁ ପ୍ରୀତି ତାଙ୍କ ମନରୁ ଯାଏ ନାହିଁ। ଏହାପରେ ଫିଲ୍ମଟି କେଉଁ ଆଡେ ଗତି କରୁଛି ତାକୁ ଦେଖିବାକୁ ହେଲେ ଆପଣଙ୍କୁ ହଲ୍‌କୁ ଯିବାକୁ ହେବ ନିଶ୍ଚୟ।

ପଢନ୍ତୁ: ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯

Related posts

ଏଥର ଦଶହରାରେ କମାଲ କରିବ ବାବୁସାନଙ୍କ ଆଗାମୀ ସିନେମା ‘ଶ୍ରୀମାନ ସୁରଦାସ’

ENO Beuro

ଦୁବାଇ ଛାଡି ପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର , ଜାଣନ୍ତୁ କାରଣ କ’ଣ

ENO Beuro

ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

ENO Beuro

Leave a Comment