News

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ଦେହାନ୍ତ

film

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ରବିବାର ସକାଳେ ପରଲୋକ ହୋଇଛି। ତାଙ୍କ ଭାଇ ଦେବ ଲାଜମୀ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଦେବ ଲାଜମୀ କହିଛନ୍ତି ଯେ, ତାଙ୍କର ସକାଳ ୪ଟା ବେଳେ କୋକିଲାବେନ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କ କିଡିନ ଓ ଲିଭର କାମ କରିବା ବନ୍ଦ କରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଲାଜମୀ କିଡିନ କ୍ୟାନସର ଓ ଲିଭର ରୋଗରେ ପୀଡିତ ଥିଲେ।

film

ଗତ ବର୍ଷ ତାଙ୍କୁ କିଡ୍‌ନୀ କର୍କଟ ହୋଇଥିବା ଡାକ୍ତର ଚିହ୍ନଟ କରିଥିଲେ। ସେ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶେଷ ସମୟରେ ଆମିର ଖାଁ, ସଲମାନ ଖାଁ, କରନ ଜୋହର୍‌, ଅଲିଆ ଭଟ୍ଟ, ସୋନୀ ରାଜଦାନ ଏବଂ ନୀନା ଗୁପ୍ତା ପ୍ରମୁଖ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ରୁଦାଲୀ, ଦରମିଆନ୍‌, ଚିଙ୍ଗାରୀ ଆଦି ଫିଲ୍ମ ବେଶ୍‌ ଉଚ୍ଚକୋଟୀର ଥିଲା।

କଳ୍ପନା ଲାଜମୀଙ୍କ ନିଧନରେ ରବିନା ଟଣ୍ଡନ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତାଙ୍କ ସିନେମା ଦମନରେ ରବିନା ଟଣ୍ଡନ କାମ କରିଥିଲେ ।

ପଢନ୍ତୁ;୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

Related posts

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ

ENO Beuro

କର୍ଣ୍ଣାଟକରେ ଡିଆରଡିଓର ରୁସ୍ତମ-୨ ବିମାନ ଦୁର୍ଘଟଣାଗ୍ରସ୍ତ

Ratnamani Moharana

ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ENO Beuro

Leave a Comment