Entertainment

ଫିଲ୍ମଫେୟାର ପୁରସ୍କାର :ଇର୍ଫାନ, ବିଦ୍ୟା ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

ମୁମ୍ବଇର ୱର୍ଲିସ୍ଥିତ ଏନଏସସିଆଇ ଅଡିଟୋରିୟମରେ ଶନିବାର ୬୩ତମ ଜିଓ ଫିଲ୍ମଫେୟାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ ଓ ନିର୍ଦେଶକ କରନ ଜୋହର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ‘ଟ୍ରାପ୍‌ଡ’ ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଓ ‘ସିକ୍ରେଟ ସୁପରଷ୍ଟାର’ ଚଳଚ୍ଚିତ୍ର ପାଇଁ ଜୈରା ୱାସିମଙ୍କୁ ଶ୍ରେଷ୍ଠ କ୍ରିଟିକ୍‌ ପୁରସ୍କାର ମିଳିଛି। ‘ବରେଲି କି ବର୍ଫି’ ପାଇଁ ଅଶ୍ୱିନୀ ଆୟାର ତିୱାରୀଙ୍କୁ ଶ୍ରେଷ୍ଠ ନିର୍ଦେଶକ, ‘ଏ ଡେଥ୍‌ ଇନ୍‌ ଦି ଗୁଞ୍ଜ୍‌’ ପାଇଁ କୋଙ୍କଣା ସେନଗୁପ୍ତାଙ୍କୁ ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦେଶକ, ଅରିଜିତ ସେନ୍‌ଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ବଦ୍ରିନାଥ କି ଦୁଲହନିଆ), ମେଘନା ମିଶ୍ରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା (ସିକ୍ରେଟ ସୁପରଷ୍ଟାର), ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଗୀତିକାର (ଜଗା ଜାସୁସ୍‌), ବିଜୟ ଗାଙ୍ଗୁଲି ଓ ରୁଏଲ ଦୌସାନ ଭାରିନ୍ଦାନିଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦେଶକ, ଶୀର୍ଷ ରାୟଙ୍କୁ ଶ୍ରେଷ୍ଠ ଫଟୋଗ୍ରାଫି, ଶୁଭାଷିଶ ଭୁତିଆନିଙ୍କୁ ଶ୍ରେଷ୍ଠ ସ୍କି୍ରନପ୍ଲେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାବ୍ୟତୀତ ଅନ୍ୟାନ୍ୟ ବର୍ଗରେ ମଧ୍ୟ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

‘ହିନ୍ଦୀ ମିଡିୟମ’ ଚଳଚ୍ଚିତ୍ର ପାଇଁ ଇର୍ଫାନ ଖାଁ ଶ୍ରେଷ୍ଠ ଅଭିନେତା ମନୋନୀତ ହୋଇଥିବାବେଳେ ବିଦ୍ୟା ବାଲାନ ‘ତୁହ୍ମାରି ସୁଲୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ‘ହିନ୍ଦୀ ମିଡିୟମ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିବାବେଳେ ‘ନ୍ୟୁଟନ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ରିଟିକ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅପରପକ୍ଷରେ ବିଗତ ଦିନର ନାୟିକା ମାଲା ସିହ୍ନା ଓ ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପି ଲାହିରୀଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଦ୍ୟା ବାଲାନ ତାଙ୍କ କ୍ୟାରିୟରରେ ଷଷ୍ଠଥର ପାଇଁ ଫିଲ୍ମଫେୟାର ପୁରସ୍କାର ହାସଲ କରିଛନ୍ତି।

ପଢନ୍ତୁ ;

ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚା, ମୁହଁ ଖୋଲିଲେ ଅନୁଷ୍କା

Related posts

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

” ଦେଖି ପାରିବିନି ତୋ ବଧୂ ବେଶ ” ଦୁଃଖ ଭରା ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୩ ଲକ୍ଷ୍ୟ ଟପି ଏବେ ଚର୍ଚ୍ଚାରେ

ENO Beuro

ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

ENO Beuro

Leave a Comment