News

ବିଶ୍ଵର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକା: ଭାରତୀୟଙ୍କ ଠାରୁ ପାକିସ୍ତାନୀ ବେଶି ସୁଖୀ

ତାଲିକାରେ ୧୫୬ ଦେଶ, ଶୀର୍ଷରେ ଫିନଲ୍ୟାଣ୍ଡ

ଭାରତୀୟ ଲୋକେ ବେଶି ସୁଖୀ ନୁହନ୍ତି। ସେମାନଙ୍କ ତୁଳନାରେ ପଡୋଶୀ ଦେଶ ପାକିସ୍ଥାନର ଲୋକମାନେ ଅଧିକ ସୁଖୀ। ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ଵର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକାରୁ ଏକଥା ସାମନାକୁ ଆସିଛି।

୨୦୧୭ର ରିପୋର୍ଟ ମୁତାବକ, ୧୬୫ଟି ତାଲିକାଭୁକ୍ତ ଦେଶ ମଧ୍ୟରେ ଭାରତ ୪ଟି ସ୍ଥାନ ତଳକୁ ଖସି ୧୨୨ ନମ୍ବରରେ ଥିବା ବେଳେ ଚଳିତବର୍ଷ ଏହା ଆହୁରି ୧୧ଟି ସ୍ଥାନ ତଳକୁ ଖସି ୧୩୩ ନମ୍ବରକୁ ଆସିଛି। ‘ଆତଙ୍କବାଦୀ ରାଷ୍ଟ୍ର’ କୁହାଯାଉଥିବା ପାକିସ୍ତାନର ନାଗରିକମାନେ ଭାରତର ନାଗରିକଙ୍କ ଅପେକ୍ଷା ଅଧିକ ଖୁସିରେ ଅଛନ୍ତି। ୨୦୧୭ରେ ପାକିସ୍ତାନ ଏହି ତାଲିକାରେ ଭାରତଠାରୁ ଆଗୁଆ ଥିବା ବେଳେ ଚଳିତବର୍ଷ ମଧ୍ୟ ଆହୁରି ଉପରକୁ ଉଠି ୭୫ତମ ସ୍ଥାନରେ ପହଞ୍ଚିଛି। ସେପଟେ ଚୀନ୍‌ ମଧ୍ୟ ଏହି ତାଲିକାର ୮୬ତମ ସ୍ଥାନରେ ରହି ଭାରତଠାରୁ ଆଗୁଆ ରହିଛି।ଭୁଟାନ୍‌ ୯୭ତମ ସ୍ଥାନରେ ଥିବା ବେଳେ ନେପାଳ ୧୦୧, ବାଂଲାଦେଶ ୧୧୫, ଶ୍ରୀଲଙ୍କା ୧୧୬ ଓ ମ୍ୟାଁମାର ୧୩୦ତମ ସ୍ଥାନରେ ରହିଛନ୍ତି।

ଏହି ତାଲିକାର ସର୍ବାଗ୍ରେ ରହି ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ଆନନ୍ଦପୂର୍ଣ୍ଣ ଦେଶ ଭାବେ ନିଜକୁ ପ୍ରମାଣିତ କରିଥିବା ବେଳେ ନରେଓ୍ଵ ଓ ଡେନମାର୍କ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବୁରୁଣ୍ଡି ଏହି ତାଲିକାର ୧୫୬ତମ ସ୍ଥାନରେ ରହି ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଭାବେ ପରିଗଣିତ ହୋଇଛି। ୧୫୬ଟି ଦେଶର ତାଲିକାର ପ୍ରଥମ ୨୦ଟି ସ୍ଥାନ ମଧ୍ୟରେ ଏସିଆର ଗୋଟିଏ ବି ରାଷ୍ଟ୍ର ନଥିବା ବେଳେ ପ୍ରଥମ ୧୦ଟି ରାଷ୍ଟ୍ର ମଧ୍ୟରେ ୟୁରୋପର ୮ଟି ରାଷ୍ଟ୍ର ରହିଛି।

ପଢନ୍ତୁ;

ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏର ହାତ ଛାଡ଼ିଲା ଟିଡିପି !

Related posts

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ENO Beuro

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ENO Beuro

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି , ଜଗିବେ ୯୦ ପ୍ଲାଟୁନ୍‌ ଫୋର୍ସ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More