News

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

By ENO Beuro

November 14, 2017

ରସଗୋଲା ର ଶୀତଳ ଯୁଦ୍ଧରେ ବାଜିମାତ୍ କରିଛି ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଶେଷରେ ହାରିଗଲା ଓଡ଼ିଶା ଏବୋଂ ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍ ।

ପଶ୍ଚମବଙ୍ଗକୁ ରସଗୋଲା ଭୈଗୋଳିକ ପରିଚୟ ପ୍ରମାଣ ପତ୍ର ମିଳିବା ପରେ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ରସଗୋଲା ୬୦୦ ବର୍ଷ ତଳୁ ଓଡ଼ିଶାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାର କହିଥିଲେ । ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିବା ପରେ ମଧ୍ୟ ପଶ୍ଚମବଙ୍ଗକୁ ‘ଜିଆଇ ଟ୍ୟାଗ’ ମିଳିବା ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

ସୂଚନାଯୋଗ୍ୟ, ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଆବେଦନ କରିଥିଲା । ଆଉ ଆଜି ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ପଶ୍ଚିମବଙ୍ଗ ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଥିଲେ, ବଙ୍ଗଳା ହେଉଛି ରସଗୋଲାର ଉତ୍ପତି । ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ଏହାକୁ ୧୮୬୮ ମସିହାରେ ଆବିଷ୍କାର କରିଥିଲେ । ପୂର୍ବରୁ ଓଡିଶା ସରକାର ରସଗୋଲାର ଉତ୍ପତି ୬୦୦ ବର୍ଷ ତଳର ବୋଲି କହିଥିଲେ । ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଥିବା ସାହିତ୍ୟିକ ପ୍ରମାଣ ମଧ୍ୟ ରହିଛି, ଯାହାକି ୫ ଶହ ବର୍ଷ ପୁରୁଣା ।

ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ କମିଟି ଗଠନ କରାଯାଇ ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ । ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିଲା । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳିନଥିଲା । ଆଉ ରସଗୋଲା ଆମର ବୋଲି ଦାବି କରୁଥିବା ଓଡ଼ିଶାକୁ ନରାଶ ହେବାକୁ ପଡ଼ିଛି ।ତେବେ ଜିଆଇ ଟାଗ୍ ହାସଲ କଲା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି । ରାଜ୍ୟ ପାଇଁ ବହୁତ ବଡ଼ ଖୁସିର କଥା ବୋଲି ମଧ୍ୟ କହିଛନ୍ତି ।

ପଢନ୍ତୁ, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି