News

ଶେଷରେ ହାର ମାନିଲା ଚୀନ: ଆଝାର ବ୍ୟାନକୁ କରିବ ସମର୍ଥନ

ଆଝାର ବ୍ୟାନ ପ୍ରସଙ୍ଗକୁ ସମର୍ଥନ କରିବ ଚୀନ

ଆତଙ୍କବାଦ  ବିରୋଧରେ ଚାଲିଥିବା ଲଢେଇରେ ଭାରତକୁ ଶେଷରେ ମିଳିଲା ଜିତ। ପୁଲୱାମା ବିସ୍ପାରୋଣ  ଓ ଭାରତରେ ଅନେକ ଆକ୍ରମଣ ଭିଆଇଥିବା ମାସୁଦ ଆଝାରକୁ ଘୋଷଣା କରାଯିବ ବିଶ୍ଵ ଆତଙ୍କି । ପୂର୍ବରୁ ସମସ୍ତ ଦେଶ ଦ୍ଵାରା ଏଥିପାଇଁ ସହମତି ମିଳିଥିଲେ ସୁଦ୍ଧା ଚୀନର ବିରୋଧ ଯୋଗୁଁ ଏହି ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦ ଅଧୀନରେ କାମ କରୁଥିବା କଟକଣା କମିଟିରେ ଗୃହିତ ହୋଇପାରିନଥିଲା। ଆମେରିକା ଆଝର ଉପରେ ବ୍ୟାନ ଲଗାଇବାକୁ ଜାତିସଂଘ ସୁରକ୍ଷା ପରିଷଦର ସିଧାସଳଖ ଏକ ନୂଆ ପ୍ରସ୍ତାବ ଆଗତ କରାଇଥିଲା। ଗତ ମାର୍ଚ ମାସରେ  ବାସନ୍ଦ କମିଟି ବୈଠକରେ ଏ ସଙ୍କ୍ରାନ୍ତରେ ଆସିଥିବା ପ୍ରସ୍ତାବ ଉପରେ ଚୀନ ରୋକ  ଲଗାଇଥିଲା। ଏହି ରୋକ ହଟାଇବା ପାଇଁ ଚିନ ଆଜି ଆମେରିକା, ବ୍ରିଟେନ, ଓ ଫ୍ରାନ୍ସ ଚରମ ସୀମା ଦେଇଥିଲେ। ତେଣୁ ଶେଷରେ ଚୀନ ଭାରତ ଆଗରେ ମୁଣ୍ଡ ନୂଆଇବାକୁ ବାଧ୍ୟ ହୋଇଛି।

ଚୀନ କୂଟନୈତିକ ସ୍ତରରେ ଭରତ ଓ ଆମେରିକା  ସମେତ ଅନ୍ୟ କିଛି ଦେଶକୁ ଏନେଇ ସୂଚନା ଦେଇଛି। ଏମିତିକି ଚୀନ ପାକିସ୍ତାନକୁ ସ୍ପଷ୍ଠ ଭାବେ ଜଣାଇଦେଇଛି ଯେ ସିଏ ଅଧିକ ଦିନ ଆଝର ଉପରେ ବ୍ୟାନ ଲଗାଯିବା ପ୍ରସ୍ତାବକୁ ବିରୋଧ କରିପାରିବ ନାହି। ଯଦି ଚୀନ ଆଝର ପ୍ରସଙ୍ଗରେ ନିଜର ଆଭିମୁଖ୍ଯ ବଦଳାଏ  ତେବେ ଏହା ମୋଦୀ ସରକାରଙ୍କ ଏକ ବଡ କୂଟନୈତିକ ସଫଳତା ଭାବେ ବିବେଚନା କରାଯିବ।
ପଢନ୍ତୁ:ପାକିସ୍ତାନକୁ ଝଟ୍‌କା ଦେଲା ଭାରତ: ପାକିସ୍ତାନକୁ ସୀମା ପାର ବାଣିଜ୍ୟ କାରବାର ବନ୍ଦ

Related posts

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ENO Beuro

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ENO Beuro

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ENO Beuro

1 comment

Leave a Comment