News

ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତ୍ତନ ପାଇଁ ୨୦୧୯ କୁ ଅପେକ୍ଷା

ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତ୍ତନ ନେଇ ଯେଉଁସବୁ ଯୋଜନା ହେଇଥିଲା ତାହା ପଣ୍ଡ ହେଇଗଲା ଭଳି ଲାଗୁଛି । କାରଣ ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଲାଗୁ ଦ୍ଵାରା ଦେଶର ପରିସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ।  ଏହିଭଳି ଅବସ୍ଥାରେ ଆର୍ଥିକ ବର୍ଷ ଚକ୍ର ବଦଳାଇ କେନ୍ଦ୍ର ସରକାର ଦେଶରେ ଆହୁରି ଅଧିକ ସମସ୍ୟା ସୃଷ୍ଟି କରିବାକୁ ସରକାର ଚାହୁଁନାହାନ୍ତି।।

ଆସନ୍ତା ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କିନ୍ତୁ ଆର୍ଥିକ ବର୍ଷ ବଦଳାଇବା ବିଷୟରେ କିଛି ବି ସୂଚନା ମିଳିନି । ତେଣୁ ୨୦୧୯ ପୂର୍ବରୁ ଦେଶର ଆର୍ଥିକ ବର୍ଷ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ । ଯାହା ବି କିଛି ହେବ ତାହା ୨୦୧୯ ପରେ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ କହିବା ପରେ ଦେଶରେ ପ୍ରଥମ ରାଜ୍ୟଭାବେ ମଧ୍ୟପ୍ରଦେଶ ଚଳିତବର୍ଷ ମେ ମାସରେ ଆସନ୍ତା ବର୍ଷରୁ ଜାନୁଆରୀରୁ ଆର୍ଥିକବର୍ଷ ଆରମ୍ଭ କରିବା ଲାଗି ଘୋଷଣା କରିଥିଲା । କିନ୍ତୁ ବର୍ତମାନ ପାଇଁ ମଧ୍ୟପ୍ରଦେଶ ଏହି ଯୋଜନାକୁ ସ୍ଥଗିତ ରଖିଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ ମତ ଦେବାପରେ ସରକାର ଏବଂ ନିତି ଆୟୋଗ ପକ୍ଷରୁ ଏ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିଲା। ଏହାପରେ ଆଶା କରାଯାଉଥିବା ୧୮୬୭ ମସିହାରେ ବ୍ରିଟିସ ଅମଳରୁ ଚାଲି ଆସିଥିବା ଆର୍ଥିକ ବର୍ଷ ଚକ୍ରକୁ ଏପ୍ରିଲ-ମାର୍ଚ ପରିବର୍ତେ କ୍ୟାଲେଣ୍ଡର ବର୍ଷ ଭଳି ଜାନୁଆରିରୁ-ଡିସେମ୍ବରକୁ ବଦଳାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା।

ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତ୍ତନ ପାଇଁ ୨୦୧୯ କୁ ଅପେକ୍ଷା

ପଢନ୍ତୁ, ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

Related posts

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

ENO Beuro

ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More