POLITICALS

ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ରୁଜୁ କଲା ମାମଲା

ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର: ସମ୍ବିତ ପାତ୍ର

ଗୋଟେ ପରେ ଗୋଟେ ଅଡୁଆରେ ଫସିଯାଉଛନ୍ତି ପୁରୀର ଲୋକସଭା ପାର୍ଥୀ  ସଂବିତ ପାତ୍ର। ପୁଣି ଠାରେ ଅଭିଯୋଗ ହୋଇଛି ତାଙ୍କ ନାଁରେ। ଧର୍ମୀୟ ଭାବନାକୁ ଆକ୍ଷେପ କରି ନିର୍ବାଚନ ପ୍ରଚାର କରିବା ଅଭିଯୋଗରେ ତାଙ୍କ ନାଁରେ ଏତଲା ଦିଆଯାଇଛି। ଏତଲା ଦେଇଛନ୍ତି ଖୋଦ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ । ପୂର୍ବରୁ ବିଜେଡି ଓ କଂଗ୍ରେସ  ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ତେବେ ଏବେ ଫ୍ଲାଇଂ ସ୍କ୍ବାର୍ଡର ମାମଲା ତାଙ୍କ ପାଇଁ ଅଡୁଆ ବଢେଇପାରେ।

ଖୋଦ୍ ନିର୍ବାଚନ କମିଶନଙ୍କ ଫ୍ଲାଇଁ ସ୍କ୍ୱାର୍ଡ୍ ଅଧିକାରୀ ବିଜୟ କୁମାର ଜେନା  ଥାନାରେ ଏତଲା ଦେଇଛନ୍ତି । ସମ୍ବିତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ  କରିଥିବା ସେ ଅଭିଯୋଗ କରିଛନ୍ତି ।ଭୋଟ୍ ଲାଗି ଜଗାକୁ ଧରିଥିଲେ । ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଗାଡିରେ ‘ଜଗନ୍ନାଥ ଡାକିଛନ୍ତି ’ ଲେଖି ମହାପ୍ରଭୁଙ୍କ ନାଁକୁ ବ୍ୟବହାର ଓ ଏଥିସହ ବିଗତ ଦିନ ମାନଙ୍କରେ ହୋଇଥିବା ସମ୍ବିତଙ୍କ ଅନେକ ଶୋଭାଯାତ୍ରା ବିନା ଅନୁମତିରେ ହୋଇଥିବାରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ତେବେ ସେ କହିଛନ୍ତି, ‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର  । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେ ଅଧ୍ୟୟନ କରିବେ। ସେହିପରି ଜଗନ୍ନାଥଙ୍କୁ ଧରି ସେ ପ୍ରଚାର କରି ନ ଥିବା କହିଛନ୍ତି।
ପଢନ୍ତୁ: ଆଜି ପୁରୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Related posts

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

Ratnamani Moharana

ପାକିସ୍ତାନର ହାତ ଛାଡ଼ିଲା ବେଷ୍ଟ ଫ୍ରେଣ୍ଡ୍‌ ଚୀନ୍‌

Ratnamani Moharana

ନୂଆ ମୋଟର ଯାନ ନିୟମକୁ କେତେ ମାନୁଛନ୍ତି ନେତା

Ratnamani Moharana

Leave a Comment